ରାକ୍ଷୀ ସାଓ୍ବନ୍ତ, ତାଙ୍କ ଡ୍ରାଇଭର ଟଙ୍କା ଚୋରି କରି ପଳାଇ ଯାଇଛନ୍ତି।
ରାକ୍ଷୀ ଅଟୋରେ ଯାତ୍ରା କରିଥିଲେ। ସେ କହିଥିଲେ ତାଙ୍କ ଡ୍ରାଇଭର ଟଙ୍କା ଚୋରି କରି ପଳାଇ ଯାଇଛନ୍ତି। ସମସ୍ତେ ତାଙ୍କୁ ପ୍ରତାରଣା କରୁଛନ୍ତି। ବର୍ତ୍ତମାନ ଡ୍ରାଇଭର ମଧ୍ୟ ଏପରତ କରିଛନ୍ତି। ସେ ତାଙ୍କୁ ବିଶ୍ୱାସ କରୁଥିଲେ କିନ୍ତୁ କାର୍ ଚାବି ଏବଂ ଟଙ୍କା ନେଇ ସେ ଏବେ ଫେରାର।ମୋର ଡ୍ରାଇଭର ପପୁ ଯାଦବ। ସେ ଉତ୍ତରପ୍ରଦେଶର ବାସିନ୍ଦା।
ଯଦି ସେ ମୋତେ କୌଣସି ସ୍ଥାନରେ ମିଳନ୍ତି ତେବେ ମୁଁ ତାଙ୍କୁ ଚପଲ ମାଳ ପିନ୍ଧାଇବି। ତାଙ୍କୁ ପିଟିବି। ସେ ମୋ ଟଙ୍କା ନେଇ ପଳାଇଛନ୍ତି।ମୋ ସୁନା ଫୋନ ନେଇ ପଳାଇଛନ୍ତି। ତାଙ୍କ ଭଉଣୀ ମୋ ଘରେ କାମ କରୁଛନ୍ତି। ରାକ୍ଷୀ ମଜାଳିଆ ଢଙ୍ଗରେ କହିଛନ୍ତି ’ଚନ୍ଦ୍ରାୟନ ସଫଳତା ନେଇ ଖୁସିକୁ ପାଳନ କରିଥିଲି ଏବଂ ମୋ ଜୀବନରେ ଚନ୍ଦ୍ରଗ୍ରହଣ ହୋଇଗଲା। ମୁଁ ବର୍ତ୍ତମାନ ଓଶିୱାରା ପୋଲିସ ଷ୍ଟେଶନକୁ ଯାଉଛି ଏବଂ ଅଭିଯୋଗ ଲେଖିବି।
