ରାଜଧାନୀରେ ଜବରଦଖଲକାରୀଙ୍କ କବ୍ଜାରେ ୩୦ ଏକର ଜମି
ଜବରଦଖଲକାରୀ ମାଡି ବସିଛନ୍ତି ରାଜଧାନୀର ମୂଲ୍ୟବାନ୍ ଜମି । ରାଜଧାନୀର ପ୍ରାୟ ୩୦ ଏକର ଜମି ଜବରଦଖଲକାରୀଙ୍କ କବଜାରେ ରହିଛି । ଜବରଦଖଲକାରୀମାନେ ମୂଲ୍ୟବାନ ଜମିକୁ ନିଜ ଅକ୍ତିଆରକୁ ନେଇଯାଇଛନ୍ତି। ସହରାଞ୍ଚଳର କୋଟିକୋଟି ଟଙ୍କାର ମୂଲ୍ୟବାନ ଜମି ଏବେ ଜବରଦଖଲକାରୀଙ୍କ କବ୍ଜାରେ ରହିଛି ବୋଲି ବିଧାନସଭାରେ ଲିଖିତ ଭାବେ ଉତ୍ତର ଦେଇଛନ୍ତି ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।
କିନ୍ତୁ ବାସ୍ତବରେ ଏହା ଅଧିକ ହୋଇପାରେ।ସାମପୁର ମୌଜାରେ ସର୍ବାଧିକ ୨୭ ଏକର ଜମି ଜବରଦଖଲ । ୧୬ଟି ଜବରଦଖଲ ମାମଲା ରୁଜୁ ହୋଇଥିବା ବେଳେ ଏହା ହାଇକୋର୍ଟରେ ବିଚାରଧୀନ ରହିଛି । ଗାଡକଣରେ ୨ ଏକର, ଚନ୍ଦ୍ରଶେଖରପୁରରେ ଦେଢ ଏକର ଜମି ଜବରଦଖଲରେ ରହିଛି ବୋଲି ମନ୍ତ୍ରୀ କହିଛନ୍ତି।
