ରାଜନୀତିରେ ଏଣ୍ଟ୍ରି କରିବେ କି ପରିଣୀତି ? କଣ କହିଲେ ଜାଣନ୍ତୁ

ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା । ଆମ୍ ଆଦମୀ ପାର୍ଟିର ନେତା ରାଘବ ଚଢାଙ୍କୁ ସେପ୍ଟେମ୍ବର ୨୪ରେ ରାଜସ୍ଥାନର ଉଦୟପୁରରେ ବିବାହ କରିଥିଲେ। ଏହି ଦମ୍ପତି ପ୍ରାୟତଃ ସୋସିଆଲ ମିଡିଆରେ ପରସ୍ପର ପ୍ରତି ଥିବା ପ୍ରେମକୁ ପ୍ରକାଶ କରନ୍ତି।ନିକଟରେ ଏକ ବାର୍ତ୍ତାଳାପ ସମୟରେ ଯେତେବେଳେ ଅଭିନେତ୍ରୀଙ୍କୁ ବିବାହ ପରେ ରାଜନୀତିରେ ଯୋଗଦେବାର ସମ୍ଭାବନା ବିଷୟରେ ପଚରାଯାଇଥିଲା, ସେତେବେଳେ ଅଭିନେତ୍ରୀ ଏକ ମଜାଦାର ଉତ୍ତର ଦେଇଥିଲେ। ସେ ବିବାହିତ ଜୀବନକୁ ଉତ୍କୃଷ୍ଟ ବୋଲି ବର୍ଣ୍ଣନା କରିଥିଲେ।ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ପରିଣୀତି ଖୋଲାଖୋଲି ଭାବେ କହିଛନ୍ତି, “ମୋର ସଫଳ ବିବାହର ରହସ୍ୟ ମୁଁ ଆପଣଙ୍କୁ କହିବି। ସେ ବଲିଉଡ ବିଷୟରେ କିଛି ଜାଣନ୍ତି ନାହିଁ ଏବଂ ମୁଁ ରାଜନୀତି ବିଷୟରେ କିଛି ଜାଣେ ନାହିଁ!

ତେଣୁ ମତେ ଲାଗୁ ନାହିଁ ଯେ ଆପଣ ମୋତେ ରାଜନୀତିରେ ଆସିବା ଦେଖିବେ। ଏଥିପାଇଁ ଆମ ବୈବାହିକ ଜୀବନ ବହୁତ ଭଲରେ ଅଛି । ଆମର କୌଣସି ଧାରଣା ନଥିଲା ଯେ ଆମେ ସମଗ୍ର ଦେଶରୁ ଏତେ ଭଲ ପାଇବା ପାଇବୁ। ଅଭିନେତ୍ରୀ ଆହୁରି କହିଛନ୍ତି, “କର୍ମମୟ ଜୀବନରେ ସଠିକ୍ ସନ୍ତୁଳନ ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

Leave a comment