ରିଲିଜ୍ ପୂର୍ବରୁ ‘ଡଙ୍କି’ର ଆଡଭାନ୍ସ ବୁକିଂରେ କଲାଣି ଏତିକି କୋଟିର କଲେକସନ୍
ଶାହାରୁଖ ଖାଁଙ୍କ ପାଇଁ ୨୦୨୩ଏକ ଭଲ ବର୍ଷ। ବଲିଉଡର କିଙ୍ଗ ଖାଁଙ୍କ ଦୁଇଟି ଫିଲ୍ମ ‘ପଠାନ’ ଏବଂ ‘ଜୱାନ’ ଚଳିତ ବର୍ଷ ବ୍ଲକବଷ୍ଟର ହୋଇସାରିଥିବା ବେଳେ ବର୍ତ୍ତମାନ ବର୍ଷ ଶେଷରେ ଶାହାରୁଖଙ୍କ ଅଭିନୀତ ମୁଭି ‘ଡଙ୍କି’ ସହିତ ବକ୍ସ ଅଫିସରେ ବ୍ଲକବଷ୍ଟର ହ୍ୟାଟ୍ରିକ ସ୍କୋର କରିବାକୁ ପ୍ରସ୍ତୁତ ହେଉଛନ୍ତି। ରିଲିଜ ପୂର୍ବରୁ ମଧ୍ୟ ‘ଡଙ୍କି’ର କ୍ରେଜ ପ୍ରଶଂସକଙ୍କ ମଧ୍ୟରେ ଦେଖାଦେଇଛି। ଏହା ସହିତ ଫିଲ୍ମର ଆଡଭାନ୍ସ ବୁକିଂ ମଧ୍ୟ ଜୋରସୋରରେ ଚାଲିଛି।‘ଡଙ୍କି’ର ଟ୍ରେଲର ଦେଖି ପ୍ରଶଂସକମାନେ ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଫିଲ୍ମ ବିଷୟରେ ଏତେ ଗୁଜବ ଅଛି ଯେ ଏଥିପାଇଁ ବମ୍ପର ଆଡଭାନ୍ସ ବୁକିଂ କରାଯାଉଛି ।ଏହାର ଆଡଭାନ୍ସ ବୁକିଂ କହିବାକୁ ଗଲେ ବର୍ତ୍ତମାନ ପର୍ଯ୍ୟନ୍ତ ‘ଡଙ୍କି’ର ପ୍ରଥମ ଦିନ ପାଇଁ ୨ଲକ୍ଷ ୫୫ ହଜାର ୭୯୬ ଟିକେଟ ବିକ୍ରି ହୋଇଛି।
ଏହା ସହିତ ‘ଡଙ୍କି’ ରିଲିଜ ପୂର୍ବରୁ ୭କୋଟି ୪୬ ଲକ୍ଷ ଟଙ୍କା ରୋଜଗାର କରିଛି|କୁହାଯାଉଛି ଯେ ଏହାର ଅଗ୍ରୀମ ବୁକିଂ ହେତୁ ସାରା ଦେଶରେ ୭୦ ପ୍ରତିଶତ ମଲ୍ଟିପ୍ଲେକ୍ସ ପ୍ରଥମ ଦିନ ପାଇଁ ହାଉଓ ଫୁଲ ହୋଇଛି। ନିଜକୁ ସମାଲୋଚକ ବୋଲି କହୁଥିବା କେଆରକେ ଟୁଇଟ କରି ଏହି ଦାବି କରିଛନ୍ତି। କେଆରକେ ଲେଖିଛି, ଅଗ୍ରୀମ ବୁକିଂ ହେତୁ, ଭାରତରେ ପ୍ରାୟ୭୦ ପ୍ରତିଶତ ମଲ୍ଟିପ୍ଲେକ୍ସ ପ୍ରେକ୍ଷାଳୟ ପ୍ରଥମ ଦିନରେ ହାଉଓଫୁଲ ହୋଇଛି ।
