ଲାଞ୍ଜିଗଡ ରୋଡ଼ ଠାରେ ମହାବୀର ହନୁମାନ ଙ୍କ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ଅନୁଷ୍ଠିତ.
*କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅଧିନସ୍ତ ଲାଞ୍ଜିଗଡ ରୋଡ଼ ଗ୍ରାମ ଠାରେ ମହାବୀର ହନୁମାନ ଙ୍କ ମନ୍ଦିର ନିର୍ମାଣ ସକାଶେ ଭୂମି ପୂଜନ ଭୈରବୀ ଛକ ଠାରେ ଅନୁଷ୍ଠିତ ହୋଇ ଯାଇ ଅଛି l ଏହି ଅବସର ରେ ଲାଞ୍ଜିଗଡ ରୋଡ଼ ର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିବା ବେଳେ ମୁଖ୍ୟ ପୂଜକ ଭାବରେ ଲମ୍ବୋଦର ପାଢ଼ୀ ଓ କର୍ତା ର ଦାୟିତ୍ୱ ରେ ଟି. ପ୍ରଭାକର ରାଓ ଓ ତାଙ୍କ ଧର୍ମ ପତ୍ନୀ ତୁଲାଇ ଥିଲେ l ପୂର୍ବତନ ସରପଞ୍ଚ ଟଙ୍କ ଧର ମାଝୀ ପୂର୍ବତନ ସମିତି ସଭ୍ୟ କୌନଜ ରାଉତ ଲାଞ୍ଜିଗଡ ରୋଡ଼ ର ବିଶିଷ୍ଠ ବ୍ୟକ୍ତି ଟି. ଆପଲା ରାଜୁ ଓ ତାଙ୍କ ଧର୍ମପତ୍ନୀ, ମନୋଜ ରାଉତ, ଉପେନ୍ଦ୍ର ଦାସ ଓ ଗୋପାଳ ପ୍ରମୁଖ ଯୋଗ ଦେଇ ଭୂମି ପୂଜନ କାର୍ଯ୍ୟକ୍ରମଟିକୁ ସୁଚାରୁ ରୂପେ ତୁଲାଇ ଥିଲେ l ଉକ୍ତ ଧାର୍ମିକ କାର୍ଯ୍ୟକ୍ରମ ସକାଶେ ଗାଁ ଲୋକେ ବହୁତ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା l କଳାହାଣ୍ଡି ରୂ ଶେଖର ସୁମନ ଦାଶ ଙ୍କ ରିପୋର୍ଟ hr ଟିଭି ଓଡ଼ିଆ l
