ଶରୀରରେ ଆଳୁ ବୃଦ୍ଧି କରେ ମଧୁମେହ ଆଶଙ୍କା
ପରିବାମାନଙ୍କ ମଧ୍ୟରେ ଆଳୁ ହେଉଛି ଏକ ମୁଖ୍ୟ ପାରିବ । ସାଧାରଣତଃ ଆଳୁ ଖାଇବା ସମସ୍ତଙ୍କୁ ଭାରି ପସନ୍ଦ। ଆଳୁର ବିଭିନ୍ନ ପ୍ରକାର ବ୍ୟଞ୍ଜନ ତିଆରି କରି ଏହାକୁ ପରଷା ଯାଏ। ମାଟି ତଳେ ଫଳୁ ଥିବା ଏହି ଆଳୁ ପୋଷକ ତତ୍ତ୍ୱରେ ଭରପୁର। କିନ୍ତୁ ଏହି ଆଳୁ ଯେ ଆମ ପାଇଁ ବିପଦ ସାଜିପାରେ ତାହା ଜାଣନ୍ତି କି ଆପଣ। ଆସନ୍ତୁ ଜାଣିବା
୧. ଆଳୁରେ କାର୍ବୋହାଇଡ୍ରେଟ୍ ଅଧିକ ପରିମାଣରେ ଥାଏ, ଯାହା ଆମ ଶରୀରରେ ଖୁବ ଶୀଘ୍ର ହଜମ ହୋଇଥାଏ। ଏହି କାରଣରୁ, ଆମ ଶରୀରର ରକ୍ତ ଶର୍କରା ଏବଂ ଇନସୁଲିନ୍ ଯଥେଷ୍ଟ ବୃଦ୍ଧି ପାଇ ହଠାତ୍ ଖସିଯାଏ। ଏହା ଶରୀରରେ ଟାଇପ୍-୨ ମଧୁମେହ ହେବାର ଆଶଙ୍କା ସୃଷ୍ଟି କରିପାରେ।
୨.ଉଚ୍ଚ ଡାଏଟେରୀ ଗ୍ଲାଇସେମିକ୍ ଖାଦ୍ୟ ଖାଇବା ପରେ ଜଣେ ବ୍ୟକ୍ତି ଶୀଘ୍ର ଭୋକିଲା ଅନୁଭବ କରିପାରନ୍ତି। ଏହା ମଣିଷମାନଙ୍କଠାରେ ଅତ୍ୟଧିକ ଖାଇବା ସମସ୍ୟାକୁ ବଢ଼ାଇପାରେ। ତେଣୁ, ଖାଦ୍ୟରେ ଏହାର ସନ୍ତୁଳନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ହାୱର୍ଡ ହେଲ୍ଥ ପକ୍ଷରୁ କରାଯାଇଥିବା ଷ୍ଟଡି ରିପୋର୍ଟରେ କୁହାଯାଇଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଆଳୁ କିମ୍ବା ଶୀଘ୍ର ହଜମ ହେଉଥିବା କାର୍ବୋହାଇଡ୍ରେଟ୍ ଯୁକ୍ତ ଖାଦ୍ୟ ଶରୀରରେ ମୋଟାପଣ, ମଧୁମେହ ଏବଂ ହୃଦରୋଗର ଆଶଙ୍କା ବଢ଼ାଇପାରେ।
