ଶାଶୁ ହେବାକୁ ଯାଉଛନ୍ତି ଓଡ଼ିଆ କଣ୍ଠଶିଳ୍ପୀ ନାମିତ ଅଗ୍ରୱାଲ
ଜଣେ କଣ୍ଠଶିଳ୍ପୀ ହୋଇ ରାଜ୍ୟ ଓ ଦେଶରେ ସୁନାମ ଅର୍ଜନ କରିଥିବା ନାମିତ ଅଗ୍ରୱାଲ ଏବେ ଶାଶୂ ହେବାକୁ ଯାଉଛନ୍ତି ନିଜର ଭକ୍ତିମୟ ଭଜନ ସାଙ୍ଗକୁ ରୋମାଣ୍ଟିକ ଗୀତରେ ମଧ୍ୟ ଓଡ଼ିଆ ସଂଗୀତପ୍ରେମୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି | ମିଳିଥିବା ସୂଚନା ମୁତାବକ ନମିତା ଅଗ୍ରୱାଲଙ୍କ ପୁଅ ତଥା ସିଦ୍ଧାର୍ଥ ଟିଭିର ମୁଖ୍ୟ କାର୍ଯ୍ୟନିର୍ବାହୀ ସିଦ୍ଧାର୍ଥ ଅଗ୍ରୱାଲଙ୍କର ବିବାହ ହେବାକୁ ଯାଉଛି | ଓଡ଼ିଆ ଅଭିନେତ୍ରୀ ତମନ୍ନା ବ୍ୟାସଙ୍କୁ ସେ ବିବାହ କରିବାକୁ ଯାଉଛନ୍ତି | ଉଭୟ ସିଦ୍ଧାର୍ଥ ଓ ତମନ୍ନାଙ୍କର ନିର୍ବନ୍ଧ ସରିଯାଇଥିବାବେଳେ ବିବାହ ତାରିଖ ବାବଦରେ କୌଣସି ସୂଚନା ମିଳି ନାହିଁ ।
ତେବେ ସିଦ୍ଧାର୍ଥ ଓ ତମନ୍ନାଙ୍କ ପ୍ରିୱେଡିଙ୍ଗ ଭିଡିଓ ଏବେ ସାମ୍ନାକୁ ଆସିଛି | ସୂଚନା ଯୋଗ୍ୟ ତମନ୍ନା ଓଡ଼ିଆ ସିନେମା ଜଗତର ଜଣେ ଆଗଧାଡିର ଅଭିନେତ୍ରୀ ହୋଇଥିବାବେଳେ ଭାଇନା କଣ କଲା ସେ, ନିଝୁମ ରାତିର ସାଥି, ପ୍ରେମ କୁମାର, ବ୍ଲାକମେଲ, ସୁପର ବୟ ଭଳି ଫିଲ୍ମରେ ଅଭିନୟ କରିଥିଲେ | ସେହିପରି ସିଦ୍ଧାର୍ଥ ଅଗ୍ରୱାଲ ଏବେ ସିଦ୍ଧାର୍ଥ ଭକ୍ତି, ସିଦ୍ଧାର୍ଥ ଗୋଲଡ଼, ସିଦ୍ଧାର୍ଥ ଟିଭି, ଜୟ ଜଗନ୍ନାଥ ଚ୍ୟାନେଲର ପରିଚାଳନା ଭାର ସମ୍ଭାଳୁଛନ୍ତି ।
