ଶେଖ ହସିନାଙ୍କୁ ମିଳିଲା ୨୧ ବର୍ଷର ଜେଲଦଣ୍ଡ
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ବଡ଼ ଝଟକା । ଦୁର୍ନୀତି ମାମଲାରେ ତାଙ୍କୁ କୋର୍ଟ ୨୧ ବର୍ଷର ଜେଲଦଣ୍ଡ ଶୁଣାଇଛନ୍ତି । ଏହାପୂର୍ବରୁ କୋର୍ଟ ତାଙ୍କୁ ମାନବାଧିକାର ସମ୍ପର୍କୀତ ଏକ ମାମଲାରେ ମୃତ୍ୟୁ ଦଣ୍ଡ ଶୁଣାଇଥିଲେ ।ବାଂଲାଦେଶର ଦୁର୍ନୀତି ନିବାରଣ କମିଶନ (ଏସିସି) ଢାକାର ପୂର୍ବାଚଲ ଅଞ୍ଚଳରେ ସରକାରୀ ଜମିକୁ ବେଆଇନ ଭାବରେ କାର୍ଯ୍ୟ କରିବା ଅଭିଯୋଗରେ ଗତ ଜାନୁଆରୀରେ ଶେଖ ହସିନା ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୁଦ୍ଧରେ ଛଅଟି ଭିନ୍ନ ଭିନ୍ନ ମାମଲା ରୁଜୁ କରିଥିଲା। ବାକି ତିନୋଟି ମାମଲାର ରାୟ ଡିସେମ୍ବର ୧ ତାରିଖରେ ଘୋଷଣା କରାଯିବ। ଅଭିଯୁକ୍ତଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନଥିବାରୁ ଏବଂ ହସିନାଙ୍କ ଅନୁପସ୍ଥିତିରେ ବିଚାର କରାଯାଇ ଥିବାରୁ ବିଚାରପତି ରାୟ ଶୁଣାଇଛନ୍ତି । ହାସିନାଙ୍କୁ ତିନୋଟି ମାମଲାରେ ସାତ ବର୍ଷର ଜେଲଦଣ୍ଡ ଦିଆଯାଇଛି , ମୋଟ ୨୧ ବର୍ଷ ଜେଲଦଣ୍ଡ ପାଇବେ ।କୋର୍ଟ ଶେଖ୍ ହାସିନାଙ୍କ ପୁଅ ସଜୀବ ୱାଜେଦ୍ ଜୟଙ୍କୁ ପାଞ୍ଚ ବର୍ଷ ଜେଲ୍ ଏବଂ ୧,୦୦,୦୦୦ ଟଙ୍କା ଜରିମାନା ଦଣ୍ଡିତ କରିଛନ୍ତି। କୋର୍ଟ ଶେଖ୍ ହାସିନାଙ୍କ ଝିଅ ସାଇମା ୱାଜେଦ୍ ପୁତୁଲଙ୍କୁ ପାଞ୍ଚ ବର୍ଷ ଜେଲ୍ ଦଣ୍ଡିତ କରିଛନ୍ତି।
