ଶ୍ରୀମନ୍ଦିରରେ ହେବ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ।

ଶ୍ରୀ ମନ୍ଦିର ଜୟ ବିଜୟ ଦ୍ୱାର ଭିତର ପଟ ପାହାଚରେ ମଇଳା ପଡ଼ିଥିବା କାରଣରୁ ମହାପ୍ରଭୁଙ୍କର କରାଯାଉଛି ବଡ଼ ମହାସ୍ନାନ । ଆଜି କାର୍ତ୍ତିକ ପୂର୍ଣ୍ଣିମା ପାଇଁ ମହାପ୍ରଭୁଙ୍କର ରାଜରାଜେଶ୍ୱର ବା ସୁନାବେଶ ଦେଖିବା ପାଇଁ ଭକ୍ତଙ୍କ ପ୍ରବଳ ଗହଳି ଲାଗିରହିଥିବାବେଳେ ଜୟ ବିଜୟ ଦ୍ୱାର ଭିତର ପାହାଚ ନିକଟରେ ମଇଳା ପଡ଼ିଥିବା ଦୃଷ୍ଟି ଗୋଚର ହେବାରୁ କରାଯାଉଛି ବଡ଼ ମହାସ୍ନାନ । ମହାସ୍ନାନ ପରେ ଚୂନ ପାଣି ପଡି ଶୋଧ କରାଯାଇ ଦର୍ଶନ ପୁନଃ ଆରମ୍ଭ ହେବ ବୋଲି ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

You might also like