ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣର ପୁର୍ଣ୍ଣାହୁତି

ଗଣିଆ,(ବିଶ୍ୱରଞ୍ଜନ ସେଠି) ଗଣିଆ ବିରାଜିତ ଶ୍ରୀ ଶ୍ରୀ ରଘୁନାଥ ଜୀଉଙ୍କ ପୀଠରେ ଗତ ୧୪ତାରିଖ ବୁଧବାର ଦିନଠାରୁ ଆରମ୍ଭ ହୋଇଥିବା ଗୋସ୍ୱାମୀ ତୁଳସୀ ଦାସଙ୍କ ରଚିତ ୫୬ତମ ଶ୍ରୀରାମ ଚରିତ ମାନସ ଓ ନବାହ୍ନ ପାରାୟଣ ଓ ପ୍ରବଚନ ମହାଯଜ୍ଞର ଗୁରୁବାର ପୁର୍ଣ୍ଣାହୁତି ହୋଇଯାଇଛି । ଏହି ପାରାୟଣ କାର୍ଯ୍ୟକ୍ରମରେ ପ୍ରତିଦିନ ଭଳି ପୁର୍ଣ୍ଣାହୁତି ଦିବସରେ ମଧ୍ୟ ସକାଳୁ ସୂର୍ଯ୍ୟପୂଜା, ଗୋପୂଜା, ଓ ଘୃତଯଜ୍ଞ ପରେ ଶ୍ରୀରାମ ଚରିତ ମାନସ ପଠନ କରାଯାଉଛି । ଅପରାହ୍ନରେ ଯାଜ୍ଞିକ ବ୍ରାହ୍ମଣମାନଙ୍କ ଦ୍ୱାରା ବିଭିନ୍ନ ଦେବାଦେବୀଙ୍କ ନାମରେ ମନ୍ତ୍ର ପଠନ କରାଯାଇ ଘୃତାହୁତି ଦିଆଯାଇ ପୁର୍ଣ୍ଣାହୁତି କାର୍ଯ୍ୟ ସମାପନ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ବ୍ୟାସଭାବେ ଉମାକାନ୍ତ ଦାଶ ଓ ଆଚାର୍ଯ୍ୟଭାବେ ବିଶେଶ୍ୱର ମିଶ୍ର କାର୍ଯ୍ୟସଂପାଦନ କରୁଥିବାବେଳେ ଧାରକଭାବେ ଚନ୍ଦନ କୁମାର ଦାଶ, ରାକେଶ କୁମାର ଷଡ଼ଙ୍ଗୀ, ଅଚ୍ୟୁତ କୁମାର ଷଡ଼ଙ୍ଗୀ ଓ ଉପଦେଷ୍ଟା ଭାବେ ରାମଚନ୍ଦ୍ର ଦାଶ କାର୍ଯ୍ୟ ସଂପାଦନ କରୁଛନ୍ତି ପ୍ରତିଦିନ ଭଳି ସଂନ୍ଧ୍ୟାରେ ଭଜନ କୀର୍ତନ ପରିବେଷଣ କରିବାପରେ ସୁନାମଧନ୍ୟ ପ୍ରବଚକଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ କରାଯାଉଥିଲା । ଏହି ପ୍ରବଚନ କାର୍ଯ୍ୟକ୍ରମରେ ବହୁ ଶ୍ରୀରାମ ପ୍ରେମୀ ଯୋଗଦେବା ସହିତ ପ୍ରସାଦ ସେବନ ମଧ୍ୟ କରିଥିଲେ ।

You might also like