ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ,ପରୀକ୍ଷା ଫଳ ପ୍ରକାଶନ

ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ, ପୁରୀ ଦ୍ଵାରା ପରିଚାଳିତ ୨୦୨୫ ମସିହାର ଶାସ୍ତ୍ରୀ (+୩) ପରୀକ୍ଷା ୧୧୮ ଗୋଟି ପରୀକ୍ଷା କେନ୍ଦ୍ରରେ ତା.୦୯.୦୪.୨୦୨୫ ରିଖରୁ ଆରମ୍ଭ ହୋଇ ତା.୧୯. ୦୪.୨୦୨୫ ରିଖରେ ଶେଷ ହୋଇଥିଲା । ଏଥିରେ ସର୍ବମୋଟ ୧୩୯ ଗୋଟି ମହାବିଦ୍ୟାଳୟର ୫୦୮୯ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ | ପରୀକ୍ଷା ସରିବା ପରେ ରାଜ୍ୟର ୫ଟି ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷା ଖାତାର ମୂଲ୍ୟାଙ୍କନ କରାଯାଇଥିଲା। ଏହି ପରୀକ୍ଷାରେ ସର୍ବମୋଟ ୪୧୬୨ ଛାତ୍ର ଛାତ୍ରୀ ପାସ୍‌ କରିଛନ୍ତି ସେଥିମଧ୍ୟରୁ ଛାତ୍ରୀମାନଙ୍କ ସଂଖ୍ୟା ୨୨୯୭ ଥିବାବେଳେ ଛାତ୍ରମାନଙ୍କ ସଂଖ୍ୟା ୧୮୫୮ ରହିଅଛି । ମୋଟ ପାସ୍‌ ହାର୍ ଶତକଡା ୮୧.୭୮ ରହିଅଛି ।

ତନ୍ମଧ୍ଯରୁ ଛାତ୍ରୀମାନଙ୍କ ପାସ୍‌ହାର ୮୬.୧୯ ଥିବାବେଳେ ଛାତ୍ରମାନଙ୍କର ପାସ୍‌ହାର ୭୬.୯୩ ରହିଅଛି । ଏଥିରେ ବିଶେଷ ଯୋଗ୍ୟତା ସହ ପ୍ରଥମ ଶ୍ରେଣୀରେ ୨୧୪୮, କେବଳ ପ୍ରଥମ ଶ୍ରେଣୀରେ ୪୭୫, ବିଶେଷ ଯୋଗ୍ୟତା ସହ ଦ୍ଵିତୀୟ ଶ୍ରେଣୀରେ ୬୧୭ କେବଳ ଦ୍ଵିତୀୟ ଶ୍ରେଣୀରେ ୮୬୬ ଓ ବିନା ସମ୍ମାନରେ ୫୬ ଜଣ ଛାତ୍ରଛାତ୍ରୀ ଉତ୍‌ତୀର୍ଣ୍ଣ ହୋଇଛନ୍ତି । ଏହି ପରୀକ୍ଷାରେ ୯୦୨ ଜଣ ପରୀକ୍ଷାର୍ଥୀ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଛନ୍ତି । ଅନିବାର୍ଯ୍ୟ କାରଣ ବଶତଃ ୦୩ ଜଣ ପରୀକ୍ଷାର୍ଥୀଙ୍କର ପରୀକ୍ଷାଫଳ ସ୍ଥଗିତ ରଖା ଯାଇଅଛି ଓ ୨୨ ଜଣ ପରୀକ୍ଷାର୍ଥୀଙ୍କର ପରୀକ୍ଷାଫଳ ଅସାଧୁ ଉପାୟ ଅବଲମ୍ବନ କରିଥିବାରୁ ରଦ୍ଦ କରାଯାଇଅଛି ।ଡ଼ଃ ମନୋଜ କୁମାର ବଳିଆରସିଂ, ପୁରୀ

You might also like