ଶ୍ରୀ ରାଧାମାଧବଜୀଉଙ୍କ ଏକାଦଶ ବାର୍ଷିକ ମହୋତ୍ସବ ପାଇଁ କଳସଯାତ୍ରା
ଗଣିଆ,(ବିଶ୍ୱରଂଜନ ସେଠି) ଗଣିଆ ବ୍ଲକ ମାଳତିପୁଟ ଗ୍ରାମରେ ବିରାଜିତ ଶ୍ରୀ ଶ୍ରୀ ରାଧାମାଧବ ଜୀଉଙ୍କ ଏକାଦଶ ବାର୍ଷିକ ମହୋତ୍ସବ ପାଇଁ ଶତାଧିକ ମହିଳାମାନେ ରାଉତପଡ଼ାସ୍ଥିତ ମହାନଦୀ କୂଳରେ ସୂର୍ଯ୍ୟପୂଜା ଓ ପୁଜାର୍ଚ୍ଚନା କରିବା ପରେ କଳସ ଧରି କଳସଯାତ୍ରାରେ ସାମିଲ ହୋଇଥିଲେ । ଗ୍ରାମ ପରିସରରେ ରହିଥିବା ଉକ୍ତ ମନ୍ଦିର ୧୧ବର୍ଷ ପୂର୍ବରୁ ପ୍ରତିଷ୍ଠା ହୋଇଥିବାବେଳେ ପ୍ରତି ବର୍ଷଭଳି ଧୁମଧାମରେ ପାଳିତ ହୋଇଯାଇଛି । ମୁଖ୍ୟ ପଣ୍ଡିତ ପ୍ରସାନ୍ତ କୁମାର ମିଶ୍ରଙ୍କ ଦ୍ୱାରା ପୁଜାର୍ଚ୍ଚନା କରାଯାଇ ଗଙ୍ଗାମାତାଙ୍କୁ ଆବାହନ କରି ପୂଜାକାର୍ଯ୍ୟ କରିଥିବାବେଳେ ପୂଜକଭାବେ ରାଜେଶ ହୋତା, ରାଜେଶ କୁମାର ମିଶ୍ର ରାଜକିଶୋର ଆଚାର୍ଯ୍ୟ, ସୁବାଷ ଚନ୍ଦ୍ର ଶତପଥି ଓ ମୃତ୍ୟୁଞ୍ଜୟ ମଶ୍ର ସହଯୋଗ କରିଥିଲେ । ପରେ ଶତାଧିକ ପୁରୁଷ ଓ ମହିଳା ବିରାଟ ସମାବେଶରେ ଢୋଲର ତାଳେ ତାଳେ ଲଉଡ଼ି ଖେଳ ଓ ସଂକର୍ତନ ମାଧ୍ୟମରେ ମହିଳାମାନେ କଳସ ଯାତ୍ରା କରି ମନ୍ଦିର ପରିସରରେ ପଂହଚିଥିଲେ । ଏହି ପୂଜାର୍ଚ୍ଚନା ଗ୍ରାମରେ ୪ଦିନ ଧରି ଚାଲିବାକୁ ଥିବାବେଳେ ପ୍ରଥମ ଦିବସରେ ଶୁଭାଧିବାସ, ୨ୟ ଦିବସରେ ସୂର୍ଯ୍ୟପୁଜା ଓ ଯଜ୍ଞ ଆରମ୍ଭ ଓ ଶେଷ ଦିବସରେ ଅଷ୍ଟ ପ୍ରହରୀ ନାମଯଜ୍ଞ ଆରମ୍ଭ ହେବା ସହିତ ଯଜ୍ଞ ପୁର୍ଣ୍ଣାହୁତି, ଘୃତଯଜ୍ଞ, ନାମଯଜ୍ଞ, ଅନ୍ନଯଜ୍ଞ ଆଦିର ଆୟୋଜନ କରାଯାଇଛି । ଏହି ଜଳଯାତ୍ରା ସମୟରେ ମୁଖ୍ୟ କର୍ତାଭାବେ ଶୋଭନ ମହାଖୁଡ଼ ଓ ସୁମିତ୍ରା ମହାଖୁଡ଼ ଥିବାବେଳେ ମନ୍ଦିର କମିଟି ତଥା ଗ୍ରାମ୍ୟ କମିଟିର ସଭାପତି ମୁରଲିଧର ବେହେରା, ସଂପାଦକ ନବକୃଷ୍ଣ ମହାଖୁଡ଼, ରାସଙ୍ଗ ପଂଚାୟତ ସରପଂଚ ମାନସ କୁମାର ମହାଖୁଡ଼, ସୁଶାନ୍ତ କୁମାର ପରିଡ଼ା, ବଂଶୀଧର ମହାଖୁଡ଼, କିଶୋର ମହାଖୁୂଡ଼, ଅମିୟ ମହାଖୁଡ଼, ଦାମୋଦର ପରିଡ଼ା, ଚୈତନ୍ୟ ବେହେରା, ରମେଶ ପରିଡ଼ା, ଗୌରାଙ୍ଗ ପରିଡ଼ା, ଅଜୟ ମହାଖୁଡ଼, ନିରଞ୍ଜନ ମହାଖୁଡ଼, ନିରଞ୍ଜନ ପରିଡ଼ା, ରାଜ କିଶୋର ବେହେରା, ଉପେନ୍ଦ୍ର ବେହେରା, ନଟବର ବାଲିଆଙ୍କ ସମେତ ସମେତ ଗ୍ରାମର ବହୁ ପୁରୁଷ ଓ ମହିଳାମାନେ ରାଧାମାଧବ ଜୀଉଙ୍କ ଏକାଦଶ ବାର୍ଷିକ ମହୋତ୍ସବରେ ସଂପୁର୍ଣ୍ଣ ସହଯୋଗ କରିଥିଲେ ।
