ସଂସ୍କୃତିରେ ମଧୁର ଝଲକ” କସ୍ତୁରୀ” ଦିତୀୟ ବର୍ଷ ବିଦ୍ୟାର୍ଥୀ ମାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା


ଗଣିଆ : (ବିଶ୍ୱରଂଜନ ସେଠି) ମଙ୍ଗଳବାର ଦିନ ଗଣିଆ ବ୍ଲକସ୍ଥିତ ରାମଚନ୍ଦ୍ର ସାମନ୍ତରାୟ ମହାବିଦ୍ୟାଳୟରେ ସଂସ୍କୃତିର ମଧୁର ଝଲକ କସ୍ତୁରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଯୁକ୍ତ ଦୁଇ ଦିତୀୟ ବର୍ଷର ବିଦ୍ୟାର୍ଥୀ ମାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ ପ୍ରଥମ ବର୍ଷର ବିଦ୍ୟାର୍ଥୀ । ମହାବିଦ୍ୟାଳୟର ଅଧ୍ୟକ୍ଷ ମଳୟ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମୁଖ୍ୟ ଅତିଥି ଭାବେ ଗଣିଆ ଥାନାର ନୂତନ ଥାନା ଅଧକାରୀ ଟଙ୍କଧର ଛତ୍ରିଆ ଯୋଗ ଦେଇଥିବା ବେଳେ ସ୍ଵତନ୍ତ୍ର ଅତିଥି ଭାବେ ବିଦାୟୀ ଥାନା ଅଧକାରୀ ଲକ୍ଷ୍ମଣ ଦଣ୍ଡସେନା, ମୁଖ୍ୟା ବକ୍ତା ଭାବେ ଗଣିଆ ଥାନ ଏ ଏସ ଆଈ ସାହା ଆଲାମ ଖାଁ , ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟ ପରିଚାଳକ କବି ଚନ୍ଦ୍ର ସାମନ୍ତରାୟ , ମହାବିଦ୍ୟାଳୟର ସମ୍ପାଦକ ଏଲଡ଼ାଡ କାଇଣ୍ଡସେଠ୍ , ମହାବିଦ୍ୟାଳୟର ଉପାଧ୍ୟକ୍ଷ ଉମାକାନ୍ତ ବେହେରା ଯୋଗଦେଇ ତାଙ୍କ ବକ୍ତବ୍ୟରେ ଛାତ୍ରୀ ମାନେ ନିଜ ଜୀବନର ଲକ୍ଷ୍ୟକୁ ନେଇ ଆଗେଇକୁ ପରାମର୍ଶ ଦେଇଥିଲେ। ପ୍ରଥମେ ଅତିଥି ମାନେ ଜଗତର ନାଥ ଜଗନ୍ନାଥଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ପରେ ବିଦ୍ୟାର୍ଥୀ ମାନେ ଫୁଲ ତୋଡା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ମୁଖ୍ୟ ଅତିଥି ନୂତନ ଥାନା ଅଧିକାରୀ ଶ୍ରୀଯୁକ୍ତ ଛତ୍ରିଆ କହିଥିଲେ ଯେ ଜୀବନର ଲକ୍ଷ୍ୟ , କର୍ତ୍ତବ୍ୟନିଷ୍ଠ ସମୟାନୁବର୍ତ୍ତିତ ହେବା ସହିତ ଜଣେ ଜଣେ ପୋଲିସ ଅଧିକାରୀ ହୋଇ ଦେଶ ସେବାରେ ଭାଗବତ ଗୀତାରେ ଦିଆଯାଇଥିବା ଉପଦେଶକୁ ଅନୂପାଳନ କରିବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ଅଧ୍ୟାପକ ଜିତେନ୍ କୁମାର ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଲେ । ଛାତ୍ରୀମାନେ ସ୍ବାଗତ ଓ ବିଦାୟ ଗୀତ ପରିବେଷଣ କରିଥିଲେ । ଏଇ କାଯ୍ୟକ୍ରମରେ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ମହାବିଦ୍ୟାଳୟର ବଡ଼ବାବୁ ବୈକୁଣ୍ଠନାଥ ବେହେରା ମଞ୍ଚାସିନ ଅତିଥି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।