ସତ୍ୟ ସାଇ ସେବା ଟ୍ରଷ୍ଟ ତରଫରୁ ମହାବିଦ୍ୟାଳୟରେ ଦୁଇଦିନିଆ ଗୀଷ୍ମ ଶିବିର ଉଦଯାପିତ

ଗଣିଆ, (ବିଶ୍ୱରଞ୍ଜନ ସେଠି): ଗଣିଆ ରଘୁନାଥଜିଉ ମହାବିଦ୍ୟାଳୟ ପରିସରରେସତ୍ୟସାଇ ସେବା ଟ୍ରଷ୍ଟ ତରଫରୁ ଦୁଇ ଦିନିଆ ଗ୍ରୀଷ୍ମ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ସତ୍ୟସାଇ ସେବା ଟ୍ରଷ୍ଟର ଆବାହକ ରାଜେନ୍ଦ୍ର କୁମାର ସାହୁଙ୍କ ତତ୍ଵାବଧାନରେ ସତ୍ୟସାଇ ସେବାଟ୍ରଷ୍ଟ ର ଜିଲ୍ଲା ସଭାପତି ପ୍ରତାପ ଚନ୍ଦ୍ର ଦେହୁରୀ, ମହାବିଦ୍ୟାଳୟର ଅଧକ୍ଷ ଲକ୍ଷ୍ମୀକାନ୍ତ ପଣ୍ଡା, କଟକ ଜିଲାରୁ ଆସିଥିବା ପ୍ରତାପ ଚନ୍ଦ୍ର ପରିଡା ଜଗନ୍ନାଥ ଦୋରା, ଓ ଦେବେନ୍ଦ୍ର ଭାଇ, ଗଣିଆ ଭଜନ ମଣ୍ଡଳ ସଭାପତି ଅନନ୍ତ ଚରଣ ପ୍ରଧାନଙ୍କ ସମେତଶିବିରରେ ନୟାଗଡ଼ ଜିଲ୍ଲାର ପ୍ରାୟ ୮୦ରୁ ଊର୍ଦ୍ଧ୍ବ ଶିବିରାର୍ଥୀ ଯୋଗ ଦେଇଥିଲେ । ୨ ଦିନ ଧରି ଉକ୍ତ କାର୍ଯ୍ୟକ୍ରମ ଦୈନନ୍ଦୀନ ଜୀବନଶୈଳୀସହିତ ଅଧ୍ୟାତ୍ମିକ ମାର୍ଗରେ ଭଗବତ ପ୍ରାପ୍ତ କରିବା ଏହାର ମୂଳ ଉଦ୍ଦେଶ୍ୟବୋଲି ଆବାହକ ଶ୍ରୀଯୁକ୍ତ ସାହୁ କହିଥିଲେ !

ସକଳ ଦେହେ ନାରାୟମ ତେଣୁ ସମସ୍ତଙ୍କ ସହିତ ଉତ୍ତମ ଭାବେ ସହାଭାଗିତା କରିବା ସହିତ ବିଶ୍ୱର କଲ୍ୟାଣ ନିମନ୍ତେ ସମସ୍ତଙ୍ର ସହାଭାଗିତା ରହିବା ଜରୁରୀ ବୋଲି ଶିବିରାର୍ଥୀମାନେ ମତ ପ୍ରକାଶ କରିଥିଲେ । ଏଥି ସହିତ ପ୍ରାକୃତିକ ବିପର୍ଯ୍ୟୟସମୟରେ କିପରି ମୁକାବିଲା କରାଯାଇପାରିବ, ନିଆଁ ଲାଗିଲେ କିପରି ନିଆଁରୁ ଉଦ୍ଧାରକରାଯାଇପାରିବ ସେ ସମ୍ପର୍କରେ ଶିବିରାର୍ଥୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଗଣିଆ ସ୍ଥିତ ଆଡ଼ଭାନ୍ସ ଟିଉଟୋରିଆଲ ତରଫରୁ ସତ୍ୟସାଇଙ୍କ ଉପରେ ନୃତ୍ୟ ମାଧ୍ୟ୍ୟମରେ ଏକ ଭଜନ ପରିବେଷଣ କରି ସତ୍ୟସାଇ ସେବା ଟ୍ରଷ୍ଟ ତରଫରୁସମ୍ବର୍ଦ୍ଧିତ ହୋଇଥିଲେ ! କାର୍ଯ୍ୟକ୍ରମରେ ସତ୍ୟସାଇ ସେବା ଟ୍ରଷ୍ଟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

You might also like