ସମଙ୍ଗରା ପଞ୍ଚାୟତ ରେ ଅନାସ୍ଥା ଭୋଟରେ ନାୟବ ସରପଞ୍ଚ ଦାଇତ୍ଵ ନେଲେ।
ସମଙ୍ଗରା ପଞ୍ଚାୟତ ରେ ଅନାସ୍ଥା ଭୋଟରେ ନାୟବ ସରପଞ୍ଚ ଦାଇତ୍ଵ ନେଲେ।ପୁରୀ ସଦର ଅଧିନସ୍ଥ ସମଙ୍ଗରା ପଞ୍ଚାୟତରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା ସରପଞ୍ଚ ପାର୍ଥିନି ଶାନ୍ତିଲତା ସେଠୀଙ୍କ ବିରୁଦ୍ଧରେ ଏହି ପ୍ରସ୍ତାବ ଆସିଥିଲା ।ସରପଞ୍ଚଙ୍କ ବିରୋଧରେ ମୋଟ ୧୨ଖଣ୍ଡ ଭୋଟରୁ ୮ଖଣ୍ଡ ଭୋଟ ବିରୋଧରେ ଦେଇ ୱାର୍ଡ ମେମ୍ବରମାନେ ସରପଞ୍ଚଙ୍କୁ ଅନାସ୍ଥାରେ ହରାଇଥିଲେ।ସେହି ପଞ୍ଚାୟତ ର ବି.ଯେ.ପି ସମର୍ଥିତ ନାୟବ ସରପଞ୍ଚ ସୁରେନ୍ଦ୍ର ସାହୁଙ୍କୁ ଦାଇତ୍ଵ ହସ୍ତାନ୍ତର କରାଯାଇଥିଲା।ଆଜିଠାରୁ ସୁରେନ୍ଦ୍ର ସାହୁ ସରପଞ୍ଚଙ୍କ ଦାଇତ୍ୱ ତୁଲାଇବେ।

ଏହା ଏକ ପୁରୀ ସଦର ନିର୍ବାଚନ ମଣ୍ଡଳୀର ବି.ଯେ.ପି ର ବିଜୟ ଅଟେ।ଏହି ଅନାସ୍ଥା ପ୍ରସ୍ତାବ ର ବିଜୟ ପାଇଁ ନାୟବ ସରପଞ୍ଚ ସୁରେନ୍ଦ୍ର ସାହୁ ସମସ୍ତ ଗ୍ରାମବାସୀ, ତାଙ୍କର ୱାର୍ଡ ମେମ୍ବର ବନ୍ଧୁ ଓ ପରିଶେଷରେ ବି.ଜେ.ପି ର ପୂର୍ବତନ ମଣ୍ଡଳ ସଭାପତି ହରିହର ମହାପାତ୍ର ଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି।ମନୋଜ କୁମାର ବଳୀୟାରସିଂ,ପୁରୀ
