ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ବାର୍ଷିକ ଉଛବ ଅନୁଷ୍ଠିତ

ଜଗତସିଂହପୁର ତା =6/2/25ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଅଳସୁଧା ପଞ୍ଚାୟତ କୋକଳିପୁର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବାର୍ଷିକ ଉଛବ ମହାସମାରୋହ ରେ ପାଳିତ ହୋଇଯାଇଛି | ଶିଶୁ ବିଦ୍ୟା ମନ୍ଦିର ପରିଚାଳନା ପରିଷଦ ସଭାପତି ସମାଜସେବୀ ବିଧାନ ଚନ୍ଦ୍ର ସାହାଣୀ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ପ୍ରଦୀପ ପ୍ରଜ୍ବଳନ କରି ମା ଶାରଳା ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ | ଏହା ପରେ ମଞ୍ଚାସିନ୍ନ ଅତିଥି ମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ |

ମୁଖ୍ୟ ବକ୍ତା ଭାବେ ପଣ୍ଡିତ ରବୀନ୍ଦ୍ର ନାଥ ମିଶ୍ର ପ୍ରମୁଖ ଯୋଗଦେଇଥିଲେ | ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସମ୍ପାଦକ ପ୍ରଶାନ୍ତ କୁମାର ରାଉତ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଅର୍ପଣ କରିଥିଲେ | ପ୍ରଧାନ ଆଚାର୍ଯ୍ୟ ଗଦାଧର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ | ଏହା ପରେ କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ |ଏ ସମସ୍ତ କାର୍ଯ୍ୟକ୍ରମ କୁ ଦେବୀ ପ୍ରସାଦ ସାହାଣୀ, ଜିତେନ୍ଦ୍ର ମହାପାତ୍ର, ଲିଙ୍ଗରାଜ ଲେଙ୍କା, ଦିଲ୍ଲୀପ ଦାସ ପ୍ରମୁଖ ପରିଚାଳନା କରିଥିଲେ |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

You might also like