ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ ପାଳିତଉତ୍ତମ ଛାତ୍ରଛାତ୍ରୀ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ
ଗଣିଆ -(ବିଶ୍ୱରଂଜନ ସେଠି) ଗଣିଆ ବ୍ଲକ ଅନ୍ତର୍ଗତ ଆଡକଟାଠାରେ ଗଢ଼ି ଉଠିଥିବା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ନରସିଂପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ କୁଳମଣୀ ବାରିକିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଝୁନା ଜେନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ବିଳାସିନୀ ବାରିକି , ବନମାଳୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ସଞ୍ଜୟ କୁମାର ପଣ୍ଡା, ମୁଖ୍ୟ ବ୍ୟକ୍ତା ଭାବେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ, ଜିଲ୍ଲା ପ୍ରମୁଖ ଶ୍ରୀଧର ସାହୁ ଏବଂ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ସମ୍ପାଦକ କାଳନ୍ଦୀ ଚରଣ ସାହୁ ଯୋଗଦେଇଥିଲେ । ପ୍ରଥମେ ଜଗତର ନାଥ ଜଗନ୍ନାଥଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଅତିଥି ମାନଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ସଭା ସଂଯୋଜନା କରିଥିଲେ ଗୁରୂମା ଶ୍ରଦ୍ଧାଞ୍ଜଳି ମହାନ୍ତି ଓ ନୃତ୍ୟ ଗୁରୁଜୀ ପ୍ରଶାନ୍ତ ସାର ।
ଶିଶୁମନ୍ଦିରର ଶିଶୁମାନଙ୍କ ଦ୍ଵାରା ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ଓ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସମସ୍ତ ଗୁରୁଜୀ ଗୁରୁମା ଓ ସେବୀକାମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।
