ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଟାଇଗର ୩ ବକ୍ସ ଅଫିସରେ ଧମାଲ କରୁଛି।

ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଟାଇଗର ୩ ବକ୍ସ ଅଫିସରେ ଧମାଲ କରୁଛି। ଦିୱାଲୀ ଅବସରରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି। ଟାଇଗର-୩ ଏହାର ଓପନିଂ ଡେ’ ଦିନରେ ପ୍ରେକ୍ଷାଳୟରେ ଏକ ହଇଚଇ ସୃଷ୍ଟି କରିଥିଲା । ରିଲିଜ୍ ହେବାର ପଞ୍ଚମ ଦିନରେ ମଧ୍ୟ ଟାଇଗର-୩ ଏହାର ୱିନିଂ ଜୋନ୍‌ରେ ରହିଲା ।କିନ୍ତୁ ଏବେ ବି ଦମ୍‌ଦାର ପ୍ରଦର୍ଶନ ଜାରି ରହିଛି। ‘ଟାଇଗର ୩’ ବିଶ୍ୱବ୍ୟାପୀ ୪୦୦ କୋଟି କ୍ଲବରେ ସାମିଲ ହୋଇଛି। ଫିଲ୍ମକୁ ମିଳୁଥିବା ଭଲପାଇବାକୁ ନେଇ କ୍ୟାଟ୍ରିନା ପ୍ରତିକ୍ରିୟା ଦେଇଛନ୍ତି।

ଅଭିନେତ୍ରୀ କହିଛନ୍ତି, ‘‘ଟାଇଗର ଫ୍ରାଞ୍ଚାଇଜି ମୋତେ ୨୦୧୨ରୁ ଭଲପାଇବା ଦେଉଛି। ଏକ ଦଶନ୍ଧିରୁ ଅଧିକ ସମୟ ଧରି ଏହି ଚଳଚ୍ଚିତ୍ରକୁ ମିଳୁଥିବା ଭଲପାଇବାରେ ମୁଁ ଅଭିଭୂତ। ଏକ ଥା ଟାଇଗର, ଟାଇଗର ଜିନ୍ଦା ହେ ଆଉ ଏବେ ଟାଇଗର ୩, ଏହି ଫିଲ୍ମଗୁଡ଼ିକ ମୋ ସିନେମା ଯାତ୍ରାର ଏକ ଅଂଶ। ଏଥିସହ ଜଣେ କଳାକାର ଭାବେ ମୋ ବିକାଶର ମଧ୍ୟ ଏକ ଅଂଶ। ଏହି ଫିଲ୍ମଗୁଡ଼ିକ ମୋତେ ବହୁତ ପସନ୍ଦ’’।

Leave a comment