ସାଙ୍ଗମାନଙ୍କ ସହ ଲଣ୍ଡନରେ ଛୁଟି କାଟୁଛନ୍ତି ଦୀପିକା
ବଲିଉଡ ଚୁଲବୁଲି ନାଇକା ବା ଅଭିନେତ୍ରୀ ଦୀପିକା ପାଦୁକୋନ ଏବେ ଖୁବ ଚର୍ଚ୍ଚାରେ। ଗୁରୁବାର ତାଙ୍କୁ ସ୍ପଟ କରାଯାଇଥିଲା। ବର୍ତ୍ତମାନ ସେ ଲଣ୍ଡନରେ ଛୁଟି କାଟୁଥିବା କୁହାଯାଉଛି। ବର୍ତ୍ତମାନ ଅଭିନେତ୍ରୀଙ୍କ ଛୁଟିଦିନରୁ କିଛି ଫଟୋ ସାମ୍ନାକୁ ଆସିଛି, ଅଭିନେତ୍ରୀ କିଛି ଘଣ୍ଟା ପୂର୍ବରୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୁନ୍ଦର ଫଟୋ ସେୟାର କରିଥିଲେ। ପ୍ରଥମ ଫଟୋରେ ଦୀପିକା ଲଣ୍ଡନ ରାସ୍ତାରେ ନିଜ ସାଙ୍ଗମାନଙ୍କ ସହିତ ସେଲଫି ପାଇଁ ପୋଜ୍ ଦେଉଥିବା ବେଳେ ପରବର୍ତ୍ତୀ ଫଟୋରେ ସେ ରେଷ୍ଟୁରାଣ୍ଟ ବାହାରେ ନିଜ ସାଙ୍ଗମାନଙ୍କ ସହ ପୋଜ୍ କରୁଥିବା ନଜର ଆସିଛନ୍ତି।
ଅଭିନେତ୍ରୀ ବ୍ୟାଗୀ ଜିନ୍ସ ଏବଂ ଏକ ଲମ୍ବା ବ୍ରାଉନ୍ କୋଟ୍ ସହିତ ଧଳା ରଙ୍ଗର ହୁଡି ପିନ୍ଧିଥିଲେ। ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ । କ୍ୟାପସନରେ ଇମୋଜି ସହ ତାଙ୍କ ସାଙ୍ଗମାନଙ୍କୁ ଟ୍ୟାଗ୍ କରିଥିଲେ ।
