ସାପୁଆ କେଳା ବିନ୍ ବଜାଇବା ମାତ୍ରେ ବାହାରକୁ ଚାଲିଆସୁଛନ୍ତି ବ୍ୟକ୍ତି। ଆଉ ତାପରେ ନାଚ।
ଭାଇରାଲ୍ ହେଉଥିବା ଭିଡିଓରେ ସାପୁଆ କେଳା ବିନ୍ ବଜାଇବା ମାତ୍ରେ ବାହାରକୁ ଚାଲିଆସୁଛନ୍ତି ବ୍ୟକ୍ତି। ସାପ ବଦଳରେ ସେ ବାହାରକୁ ଆସି ଏକଦମ୍ ସାପ ପରି ହେଉଛନ୍ତି। ଅର୍ଥାତ୍ ଦୁଇ ହାତରେ ସାପ ଫଣା କରି ସେ ବିନ୍ର ତାଳେ ତାଳେ ନାଚୁଛନ୍ତି।
ଯାହାକୁ ଦେଖିବା ପରେ ଆଖ ପାଖରେ ଉପସ୍ଥିତ ଲୋକେ ହସି ହସି ବେଦମ୍ ହୋଇଯାଇଛନ୍ତି। କିଛି ଲୋକ ଲୋକେ କାହିଁକି ଏମିତି ହୁଅନ୍ତି ବୋଲି ପ୍ରଶ୍ନ କରିଥିବା ବେଳେ ଆଉ କିଛି ଲୋକ ସାପୁଆ କେଳା ବିଚରା ନିରାଶ ହୋଇଥାଇପାରନ୍ତି ବୋଲି କହିଛନ୍ତି।
ଭିଡିଓକୁ ଟ୍ବିଟରରେ ସେୟାର କରାଯାଇଛି। ଯାହାକୁ ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି। ଏହି ମଜାଦାର ଭିଡିଓକୁ ଅନେକ ସେୟାର ମଧ୍ୟ କରିଛନ୍ତି। ଏହାକୁ ଇନ୍ଷ୍ଟାଗ୍ରାମ୍ ପେଜ୍ ବଟରଫ୍ଲାଏ ମାହି ପେଜ୍ରୁ ସେୟାର କରାଯାଇଛି। ଭିଡିଓରେ ଦେଖିବାକୁ ମିଳୁଛି ଗେରୁଆ ରଙ୍ଗ ବସ୍ତ୍ରରେ ଅଛନ୍ତି ବ୍ୟକ୍ତି, ବିନ୍ ବଜାଇବା ପରେ କଳା ରଙ୍ଗର ପୋଷାକ ପିନ୍ଧି ଜଣେ ବ୍ୟକ୍ତି ବାହାରକୁ ଆସୁଛନ୍ତି ଏବଂ ସାପ ପରି ନାଚୁଛନ୍ତି।
