ସାପ ଓ କୁକୁର ପ୍ରେମରେ ଅନନ୍ୟା
ବଲିଉଡର ଅନନ୍ୟା ପାଣ୍ଡେ ଡେଟିଂ ବ୍ୟତୀତ ସେ ସୋସିଆଲ ମିଡିଆରେ ଖୁବ ସକ୍ରିୟ। ବିଶେଷକରି ଅନନ୍ୟା ପାଣ୍ଡେଙ୍କର ଗୋଟିଏ ଇନଷ୍ଟା ପୋଷ୍ଟ ଶୀଘ୍ର ଭାଇରାଲ ହୁଏ। ନିକଟରେ ଅଭିନେତ୍ରୀ ତାଙ୍କ ପ୍ରେମିକ ଆଦିତ୍ୟ ରୟ କାପୁରଙ୍କୁ ଜନ୍ମଦିନରେ ଶୁଭକାମନା ଜଣାଇ ଆସିଥିଲେ ଚର୍ଚ୍ଚାକୁ। କିଛି ଦିନ ତଳେ ଅନନ୍ୟା ମୁକେଶ ଅମ୍ବାନିଙ୍କ ନାତିଙ୍କ ଜନ୍ମଦିନ ପାର୍ଟିରେ ଉପସ୍ଥିତ ଥିବାବେଳେ ଏପରି କିଛି ଫଟୋ ଉଠାଇଥିବା ଜଣାପଡ଼ିଛି। ଯାହା ଏବେ ଚର୍ଚା କୁ ଆସିଛି | ଯେଉଁଥିରେ
ଅଭିନେତ୍ରୀ ଗତ ରବିବାର ଇନଷ୍ଟାଗ୍ରାମରେ କିଛି ଫଟୋ ଶେୟାର କରିଛନ୍ତି। ସେଥିରେ ଅଭିନେତ୍ରୀଙ୍କ ହାତରେ ଏକ ପାଇଥନ ବା ଅଜଗର ସାପ ଅଛି ।
ଫଟୋ ଶେୟାର କରିବାବେଳେ ସେ ସାପକୁ ତାଙ୍କର ପ୍ରିୟ ବୋଲି କହିଛନ୍ତି। ଫଟୋ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଅନନ୍ୟା ଏକ କମଳା ରଙ୍ଗର ମିନି ଡ୍ରେସ ପିନ୍ଧିଛନ୍ତି। ଅଫ ସୋଲଡର ପୋଷାକରେ ଅଭିନେତ୍ରୀ ବହୁତ ସୁନ୍ଦର ଦେଖାଯାଉଛନ୍ତି। ହାତରେ ପାଇଥନ ଧରି ସେ ଗୋଟିଏ ପରେ ଗୋଟିଏ ଫଟୋ କ୍ଲିକ କରୁଛନ୍ତି। କ୍ୟାପସନରେ ଅଭିନେତ୍ରୀ ଲେଖିଛନ୍ତି- ‘ମୋ ପାଇଁ ସ୍ବର୍ଗର ପରିଭାଷା … କୁକୁର ଏବଂ ସାପ। ମୋର ଦୁଇଟି ପ୍ରିୟ ଆନିମଲ।
