ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା ତରଫରୁ ପବିତ୍ର

ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା ତରଫରୁ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀ ମନ୍ଦିର ନିକଟ ରେ ଏକଦିବସୀୟ ସେବା ଶିବିର ଆୟୋଜନ କରାଯାଇଛି। ଏହି ଶିବିର ରେ ସମସ୍ତ ସ୍ଵେଚ୍ଛାସେବୀ ମାନେ ବିଭିନ୍ନ ପ୍ରକାର ସେବା କାର୍ଯ୍ୟ ରେ ନିୟୋଜିତ ରହିଥିଲେ। ଜଳ ବଣ୍ଟନ, ଜଳ ସିଞ୍ଚନ, ମନ୍ଦିର ଦର୍ଶନ ରେ ଶୃଙ୍ଖଳା ରକ୍ଷା ଏଵଂ ସୁରକ୍ଷା ରକ୍ଷା କରିବା ଭଳି ଅନେକ କାର୍ଯ୍ୟ କରିଥିଲେ। ଏହି ଏକ ଦିବସୀୟ ଶିବିର ମହାବିଦ୍ୟାଳୟ ର ଅଧକ୍ଷ ଡ8 ଚିତ୍ତ ରଞ୍ଜନ ଦ୍ବିବେଦୀ ଏଵଂ ଜାତୀୟ ସେବା ଯୋଜନା ର କାର୍ଯ୍ୟକ୍ରମ ଅଧିକାରିଣୀ ସୁଶ୍ରୀ ପନିସା ନାୟକ ଙ୍କ ତତ୍ତ୍ଵାବଧାନ ରେ ଆୟୋଜିତ ହୋଇଥିଲା। ଆକାଶ ସିଂ, ମୋନାଲିସା ଜେନା, ଶୁଭଶ୍ରୀ ଜେନା, ଶୁଭସ୍ମିତା ମହାନ୍ତି, ଦିପୁ ଶଙ୍ଖାବାର , ସାଗରିକ ଦାସ, ଜୟନ୍ତ ମଲ୍ଲିକ, ଏସ୍ ଦିନେଶ ବେହେରା, ମନୋଜ ସୋରେନ, ସବ୍ୟସାଚୀ ସେନାପତି, ଶୁଭମ୍, ମନୋଜ, ସୂର୍ଯ୍ୟନାରାୟଣ, ପ୍ରତ୍ୟୁଷ ପ୍ରଜ୍ଞାନ, ଓମ୍ ଅଭିଶିକା, ଟ୍ୱୀଙ୍କିଲ୍, ପ୍ରିୟଙ୍କା ବିଶ୍ଵାଳ, ଭାଗ୍ୟଶ୍ରୀ, ଲିପ୍ସା, କ୍ରିଷ୍ଣା, ସନ୍ଧ୍ୟା, ଓମ୍ ପ୍ରିୟା, ଓମ୍ ପ୍ରସାଦ ମହାନ୍ତି ପ୍ରମୁଖ ସ୍ଵେଚ୍ଛାସେବୀ ଯୋଗଦାନ କରି ସେବା ଶିବିର କୁ ସାଫଲ୍ୟ ମଣ୍ଡିତ କରିଛନ୍ତି।

You might also like