ସାମ୍ବାଦିକ ଙ୍କୁ ମରଣାତ୍ମକ ଆକ୍ରମଣ ପ୍ରତିବାଦରେ ଏସ ୟୁ ଜେ ପକ୍ଷରୁ ପୋଲିସ ମହାନିର୍ଦେଶକ ଙ୍କୁ ଦାବିପତ୍ର ପ୍ରଦାନ
ଜଗତସିଂହପୁରତା=21/2/26ସମଗ୍ର ରାଜ୍ୟରେ ସାମ୍ବାଦିକ ମାନଙ୍କୁ ଅସାମାଜିକ ଏବଂ ମାଫିଆ ମାନଙ୍କ ଦ୍ଵାରା ମରଣାନ୍ତକ ଆକ୍ରମଣ, ପୋଲିସ ରେ ମିଛ ମାମଲା ଇତ୍ୟାଦି ବଢ଼ି ଚାଲିଛି। ଓଡ଼ିଶା ସରକାର ସାମ୍ବାଦିକ ମାନଙ୍କ ପାଇଁ ସୁରକ୍ଷା ଆଇନ ପ୍ରଣୟନ କରିବା ନିମନ୍ତେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଦିନ କୁ ଦିନ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଉପରେ ଆକ୍ରୋଶ ମୂଳକ ପଦକ୍ଷେପ ସହିତ ଆକ୍ରମଣ ବୃଦ୍ଧି ପାଇଚାଲିଛି। ଗତ ତା 19/2/26ରିଖ ଦିନ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ର ସାମ୍ବାଦିକ ସାନ୍ତନୁ କୁମାର ଭୁକ୍ତା ନିକଟସ୍ଥ ବ୍ରାହ୍ମଣୀ ନଦୀ କୁ ସ୍ନାନ କରିବାକୁ ଯାଇଥିବା ବେଳେ ବାଲି ମାଫିଆ ଓ ତାଙ୍କ ଦ୍ଵାରା ପ୍ରେରିତ ୬ ଜଣ ବ୍ୟକ୍ତି ସାନ୍ତନୁ ଙ୍କୁ ଖଣ୍ଡା ଭୁଜାଲି ରେ ହାଣି ମରଣାତ୍ମକ ଆକ୍ରମଣ କରିଛନ୍ତି। ସାନ୍ତନୁ ଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।ସେ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି। ସାମ୍ବାଦିକ ସାନ୍ତନୁ ଙ୍କ ଉପରେ ଏହି ଆକ୍ରମଣ କୁ “ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟସ (ଏସୟୁଜେ) ଓଡ଼ିଶା” ଜଗତସିଂହପୁର ଜ଼ିଲ୍ଲା ଶିଖା ତରଫରୁ ତୀବ୍ର ନିନ୍ଦା କରିବା ସହିତ ଅଭିଯୁକ୍ତ ମାନ ୨୪ ଘଣ୍ଟା ଭିତରେ ଗିରଫ କରିବା ସହିତ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ଜରିଆରେ ରାଜ୍ୟ ପୋଲିସ ମହାନିର୍ଦେଶକ ଙ୍କୁ ଏସ ୟୁ ଜେ ଓଡିଶା ଜଗତସିଂହପୁର ଜ଼ିଲ୍ଲା ଶାଖା ଉପଦେଷ୍ଟା ସରୋଜ କୁମାର ନାୟକ | ଅକ୍ଷୟ କୁମାର ଦାସ | କାର୍ଯ୍ୟକାରୀ ସଭାପତି ତପନ କୁମାର ରାଉତରାୟ | ଜ଼ିଲ୍ଲା ସଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ପରିଡା | ନୁର୍ସିହ ଚରଣ ମହାନ୍ତି | ବିକ୍ରମ କୁମାର ମହାନ୍ତି | ସାରଦା ଦାସ | ଲୋକନାଥ ସାହୁ | ତପନ କୁମାର ଦାସ | ଶିବଦତ୍ତ ଭାରତ | ସଞ୍ଜୟ ଭାରତ | ଚନ୍ଦନ ପରିଜା | ସାରଦା ପ୍ରସନ୍ନ ଖଟୁଆ | ସଂଗ୍ରାମ କେଶରୀ ପଟ୍ଟନାୟକ ପ୍ରମୁଖ ଦାବିପତ୍ର ପ୍ରଦାନ କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ
