ସାଲେବିଡ଼ି ( ବାଟପଡା ) ରେ ବାଲ୍ୟ ବିବାହ ବନ୍ଦ

ଚନ୍ଦାହାଣ୍ଡି – ତା ୦୭. ୦୩ (ଆ ପ୍ର ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ବାଟପଡା ଗାଁରେ ଆଜି ଚନ୍ଦାହାଣ୍ଡି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀ ଙ୍କ ନେରୁତ୍ୱରେ ଏକ ବାଲ୍ୟ ବିବାହ ବନ୍ଦ କରାଯାଇଥିବା ସୂଚନା ମିଳିଛି l ସୂଚନା ଅନୁଯାୟୀ ବାଟପଡା ଗାଁର ଜଣେ ନାବାଳକ ଙ୍କୁ ତାଙ୍କ ପରିବାର ଲୋକ ସରକାର ଙ୍କ ବାଲ୍ୟ ବିବାହ ନିଷେଧ ଆଇନ ୨୦୦୬ କୁ ଅବମାନନା କରି ନିୟମ ଉଲଂଘନ କରି ବିବାହ କରିବାକୁ ଯାଉଥିଲେ l ତେବେ ଇତି ପୂର୍ବରୁ ଅଙ୍ଗନବାଡ଼ି କର୍ମୀ ନିଁଳେନ୍ଦ୍ରୀ କଚିମ ବିବାହ ନ କରିବାକୁ ବୁଝାଇ ଥିଲେ କିନ୍ତୁ ପରିବାର ଲୋକ ନ ମାନିବା ନେଇ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସୁଦର୍ଶିନୀ ରଥ ବ୍ଲକ ପ୍ରଶାସନ ସହ ଉକ୍ତ ଗାଁକୁ ଯାଇ ଉକ୍ତ ବିବାହ ବନ୍ଦ କରିବାକୁ ବୁଝାଇଥିଲେ l ଆଇନ ଅନୁଯାୟୀ ଉକ୍ତ ନାବାଳକ ର ବିବାହ ଦଣ୍ଡନୀୟ ଅପରାଧ ରେ ବିବେଚିତ ହେଉଥିବା ଯୋଗୁଁ ଏହା ବିବାହ ପାଇଁ ପ୍ରଶାସନ ଅନୁମତି ଦେଇ ପାରିନ ନାହିଁ ତେଣୁ ନାବାଳକ ର ବୟସ ୨୧ ବର୍ଷ ନ ହେବା ଯାଏଁ ବିବାହ ହୋଇ ପାରିବ ନାହିଁ ବୋଲି ରୋକ ଲଗାଇଲା ପରେ ଉକ୍ତ ପରିବାରର ଲୋକ ବିବାହ ନ କରିବାକୁ ସମ୍ମତି ଜଣାଇ ଲିଖିତନାମା ପ୍ରଦାନ କରିଥିବା ସୂଚନା ମିଳିଛି l ତେବେ ଆଜିର ଏହି ବାଲ୍ୟ ବିବାହ ବାଟପଡା ଗାଁରୁ ଚନ୍ଦାହାଣ୍ଡି ବ୍ଲକ ଚକାମାଲ ଗାଁର ଏକ ଯୁବତୀଙ୍କ ସହ ବିବାହ ହେବାକୁ ସ୍ଥିର ହୋଇ ବରଯାତ୍ରୀ ଆଜି ସନ୍ଧ୍ୟାରେ ଚକାମାଲ ପହଞ୍ଚି ସାମାଜିକ ଵିଧି ବିଧାନ ପ୍ରକାରେ ହେବାକୁ ଥିବା ବେଳେ ପ୍ରଶାସନ ଏଥିରେ ରୋକ ଲଗାଇଛି l ଆଜିର ଏହି ବାଲ୍ୟ ବିବାହ ବନ୍ଦ ପାଇଁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀ ସୁଦର୍ଶନୀ ରଥ, ବିଡ଼ିଓ ଚଇନୁ ଗଣ୍ଡ, ମହିଳା ପରିଦର୍ଶିକା ସନ୍ଧ୍ୟାରାଣୀ ମହାଙ୍କୁଡ଼ , ପିଇଓ ଈଶ୍ୱର ବାଘ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ l