ସିଡିଏ ୧୦୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଜମି ଜାଲିଆତି ଘଟଣାର ତଦନ୍ତ ଲାଗି ନିର୍ଦ୍ଦେଶ

ସିଡିଏ‌ ସେକ୍ଟର-୬ରେ ୧୦୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଜମି କେଳେଙ୍କାରୀରେ ଜାଲିଆତି ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ସେ କହିଛନ୍ତି, ଘଟଣାର ତଦନ୍ତ ଲାଗି ବିଭାଗକୁ ନିର୍ଦ୍ଦେଶ ଦିଆ‌ଯାଇଛି। ତଦନ୍ତ ରିପୋର୍ଟ ଆସିଲା ପରେ ଏନେଇ ପଦକ୍ଷେପ ନିଆଯିବ। ଏଣେ ସିଡିଏ ଭିସି କହିଛନ୍ତି, ନିୟମ ଅନୁସାରେ ଟେଣ୍ଡର ହୋଇଛି। ଅନ୍ୟପଟେ, ସିଡିଏ ଭିସି କହିଛନ୍ତି, ନିୟମ ଅନୁସାରେ ଟେଣ୍ଡର ହୋଇଛି । ସିଡିଏ‌ ସେକ୍ଟର-୬ରେ ୧୦୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଜମିକୁ ନିର୍ଦ୍ଦିଷ୍ଟ ସଂସ୍ଥାକୁ ସୁହାଇଲା ଭଳି ଟେଣ୍ଡର କରାଇ ନେବା ଯୋଜନାରେ ସର୍ବନିମ୍ନ ସତର୍କତାକୁ ଅଣଦେଖା କରାଯାଇଛି ।