ସିମ୍ କାର୍ଡ ଆଧାରିତ ସାଇବର ଠକେଇରେ ୪ ଯୁବକ ଗିରଫ

ଭଣ୍ଡାରିପୋଖରୀ,୧୨/୦୧: ଜିଲ୍ଲା ପୋଲିସ ଅଧୀକ୍ଷକଙ୍କ ନିର୍ଦ୍ଦେଶ ଅନୁଯାୟୀ ଭଣ୍ଡାରିପୋଖରୀ ପୋଲିସ ସନ୍ଦେହରେ କିଛି ଯୁବକଙ୍କୁ ପଚରା ଉଚରା କରିଥିଲା।ସିମ୍ କାର୍ଡ ଆଧାରିତ ସାଇବର ଠକେଇ କାର୍ଯ୍ୟକଳାପରେ ସେମାନଙ୍କର ଯୋଗଦାନ ଥିବା ଅନୁସନ୍ଧାନ ବେଳେ ଜଣାପଡିଛି। ଅଭିଯୁକ୍ତମାନେ ସିମ କାର୍ଡ ଜାଲିଆତି କରି ନିର୍ଦ୍ଦୋଷ ବ୍ୟକ୍ତିଙ୍କ ନାମରେ ପ୍ରସ୍ତୁତ କରି ସାଇବର ଅପରାଧରେ ବ୍ୟବହାର କରିଥିଲେ। ଭଣ୍ଡାରିପୋଖରୀ ପୋଲିସ ତରଫରୁ କେସ ନଂ ୧୪/୨୦୨୬ ରୁଜୁ କରାଯାଇ ରମେଶ ଚନ୍ଦ୍ର ପରିଡା,ଗଣେଶ କୁମାର ରାଉତ,ଆଶିଷ କୁମାର ସ୍ବାଇଁ ଓ ଦିଲୀପ କୁମାର ସାହୁ ୪ଯୁବକଙ୍କୁ ସେଥିଲାଗି ସମସ୍ତ ଆଇନଗତ ପ୍ରକ୍ରିୟା ଅନୁଯାଇ ଥାନା ଅଧିକାରୀଣୀ ରାଜଲକ୍ଷ୍ମୀ ନାୟକଙ୍କ ତତ୍ତ୍ଵାବଧାନରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ମାନ୍ୟବର କୋର୍ଟକୁ ପଠାଯାଇଛି।