ସୁକାନ୍ତ ବିଶ୍ୱାଳ କଟକ ଜିଲ୍ଲା 1 ସଭାପତି ନିର୍ବାଚିତ : ଚୌଦ୍ୱାର ରେ ସ୍ୱାଗତ ଚୌଦ୍ୱାର,,,

କଟକ ଜିଲ୍ଲା ସାଙ୍ଗଠନିକ ଜିଲ୍ଲା -1ର ସଭାପତି ଭାବେ ସୁକାନ୍ତ ବିଶ୍ୱାଳ ସର୍ବସାମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି! ଏ ସମ୍ପର୍କରେ ରାଜ୍ୟ ସଭାପତି ମନମୋହନ ସାମଲ ଘୋଷଣା କରିବା ପରେ ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ଏହାକୁ ସ୍ୱାଗତ କରାଯାଇଛି. ଆଜି ଚୌଦ୍ୱାର ଗାନ୍ଧିଛକ ଠାରେ ପୌରପାଳିକା ର ଏକମାତ୍ର ବିଜେପି ପାରିଷଦ ସୁଜାତା ସାହୁ ଓ ଓବିସି ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଜ୍ଞାନେନ୍ଦ୍ର ସ୍ୱାଇଁ ଙ୍କ ନେତୃତ୍ୱ ରେ ସୁକାନ୍ତ ବିଶ୍ୱାଳ ନିର୍ବାଚିତ କୁ ସ୍ୱାଗତ କରି ଏକ ସଭା କରାଯାଇଥିଲା.ବାଣ ଫୁଟାଇ ମିଠା ଖାଇ ବହୁ ଆନନ୍ଦ ର ସହ ଉତ୍ସଵ ପାଳନ ହୋଇଥିଲା ।ସୁକାନ୍ତ ବିଶ୍ୱାଳ ଜଣେ ଛାତ୍ର ଜୀବନ ରୁ ଏବିଭିପି ଓ ବିଜେପି ର ଅନେକ ରାଜ୍ୟ ସ୍ତରୀୟ ଦାଇତ୍ଵ ସୁଚାର ରୂପେ ତୁଲେଇଥିବାରୁ ଆଗାମୀ ଦିନ ରେ ବିଜେପି ସଂଗଠନ ଆହୁରି ସୁଦୃଡ଼ ହେବ ବୋଲି କାର୍ଯ୍ୟକର୍ତା ମାନେ ଆନନ୍ଦିତ ଅଛନ୍ତି ।ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ନେତା ପ୍ରଶାନ୍ତ ହୋତା, ଅକ୍ଷୟ ଭୂଇଁଆ ,ଅରୁଣ ନାୟକ, ପ୍ରକାଶ ବଡ଼ଜେନା,ପ୍ରତାପ ଜେନା, ନିଗମ ସାହୁ, ଜୟନ୍ତ ବେହେରା,ପ୍ରତ୍ୟୁଷା ସାହୁ, କଳ୍ପନା ସାହୁ,ସ୍ୱପ୍ନା ସାହୁ,ତ୍ରିଲୋଚନ ମହାନ୍ତି, ଧିରଞ୍ଜନ ସିଂ, ଦୀପକ ବେହେରା,ନୃସିଂହ ମହାପାତ୍ର, ସଞ୍ଜୟ ମହାରଣା ଓ ଅନେକ କାର୍ଯ୍ୟକର୍ତା ଯୋଗ ଦେଇ ପାଳନ କରିଥିଲେ ।

You might also like