ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ଖୁବ୍ଶୀଘ୍ର ଦ୍ୱିତୀୟ ବିବାହ କରିବେ ବୋଲି ଚର୍ଚ୍ଚା
ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ପୁଣି ଥରେ ଚର୍ଚ୍ଚାରେ। ବର୍ତ୍ତମାନ ତାଙ୍କ ବିଷୟରେ ଆଉ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ ସେ ପୁଣି ବିବାହ କରିବାକୁ ଯାଉଛନ୍ତି। ୧୮ ବର୍ଷ ବୈବାହିକ ଜୀବନ ବିତାଇବା ପରେ ଧନୁଷ ଏବଂ ଐଶ୍ୱର୍ଯ୍ୟା ୨୦୨୨ରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ତଥାପି ସେମାନେ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଛାଡପତ୍ର କରିନାହାଁନ୍ତି।
ଐଶ୍ୱର୍ଯ୍ୟା ଏବଂ ଧନୁଷ ୨୦୦୪ରେ ବିବାହ କରିଥିଲେ। ଉଭୟ ବିବାହ ପରେ ଦୁଇ ପୁଅର ମାତାପିତା।ଚେନ୍ନାଇର ଏକ ରିସୋର୍ଟରେ ତାଙ୍କୁ ଜଣେ ହିରୋଙ୍କ ସହ ନଜର ଆସିଥିଲେ ଏହାକୁ ନେଇ ଖବର ଆରମ୍ଭ ହୋଇଥିଲା କି ସେ ଦ୍ଵିତୀୟ ବିବାହ କରିବାକୁ ଯାଉଛନ୍ତି।
ବର୍ତ୍ତମାନ ଐଶ୍ୱର୍ଯ୍ୟା ତାଙ୍କ ଦୁଇ ପୁଅଙ୍କ ସହ ବହୁତ ସମୟ ବିତାଉଛନ୍ତି। ଯାହାର ଫଟୋ ସୋସିଆଲ ମିଡିଆରେ ଅନେକ ଥର ସେୟାର କରୁଛନ୍ତି।
