ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ହିତାଧିକାରୀଙ୍କ ପାଇଁ ଆଜିଠୁ

ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ହିତାଧିକାରୀଙ୍କ ପାଇଁ ଆଜିଠୁ ଆରମ୍ଭ ହେଉଛି ସୁଭଦ୍ରା ଫର୍ମ ସଂଗ୍ରହ। ମୋ ସେବା କେନ୍ଦ୍ର, ଜନସେବା କେନ୍ଦ୍ର ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଯେଉଁ ସ୍ଥାନ ନିରୁପଣ କରାଯାଇଥିବ ଆଜି ଅପରାହ୍ନରୁ ସେଠାରେ ଫର୍ମ ସଂଗ୍ରହ କରାଯିବ । ଏହା ସମ୍ପୂର୍ଣ୍ଣ ନିଶୁଳ୍କ ରହିବ ବୋଲି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେପଟେ ଆଧାର ସଂଶୋଧନ ପାଇଁ ଡାକଘର ଏବଂ ଜନସେବା କେନ୍ଦ୍ରରେ ଆବେଦନକାରୀଙ୍କ ଭିଡ ଜମମୁଥିବା ଦେଖିବାକୁ ମିଳିଛି।ଅନ୍ୟପଟେ ସୁଭଦ୍ରା ଯୋଜନା ସମ୍ପର୍କିତ ସବୁ ପ୍ରଶ୍ନର ଉତ୍ତର ଦେବାକୁ ଏକ ୱେବ୍ ପୋଟାଲର ଶୁଭାରମ୍ଭ କରାଯାଇଛି ।

www.subhadra.odisha.gov.in ରେ ଲଗଇନ୍ କଲେ ସୁଭଦ୍ରା ଯୋଜନା ସମ୍ପର୍କୀତ ସମସ୍ତ ପ୍ରଶ୍ନର ଉତ୍ତର ମିଳିବ । ଯୋଜନା ସମ୍ପର୍କୀତ ନୂଆ ଘୋଷଣା ମଧ୍ୟ ୱେବ ପୋଟାଲରେ ଉପଲବ୍ଧ ହେବ । ଏହାଛଡ଼ା ଟୋଲ ଫି ନମ୍ବର ୧୪୬୭୮ରେ କଲ୍ କରିହେବ । ଏହା ସକାଳ ୬ଟାରୁ ରାତି ୧୦ଟା ଯାଏ କାର୍ଯ୍ୟକ୍ଷମ ରହିବ । ତେବେ ପ୍ରଥମ କିସ୍ତିରେ ସମସ୍ତ ଆବେଦନକାରୀ ମହିଳାଙ୍କୁ ଏହି ଟଙ୍କା ମିଳିବନି । କେବଳ ୧୦ରୁ ୨୦ ଲକ୍ଷ ମହିଳାଙ୍କୁ ପ୍ରଥମ କିସ୍ତି ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।

You might also like