ସୌମ୍ୟରଂଜନଙ୍କୁ ମିଳିଲା ରାଷ୍ଟ୍ରପତିଙ୍କ “ଉତ୍ତମ ଜୀବନ ରକ୍ଷକ” ପଦକ , ଅଞ୍ଚଳବାସୀଙ୍କ ତତଫରୁ ଶୁଭେଚ୍ଛା
ଗଣିଆ-.(ବିଶ୍ୱରଂଜନ ସେଠି) ଗଣିଆ ବ୍ଳକ କିଶୋରପ୍ରସାଦ ପଂଚାୟତ ପାଣ୍ଡରାସିଂହା ଗ୍ରାମର ମକରନ୍ଦ ବେହେରା ଓ ନୟନ ବେହେରାଙ୍କ ପୁତ୍ର ସୌମ୍ୟରଂଜନ ବେହେରା ୨୭.୦୧.୨୦୧୧ ମସିହାରେ ଭାରତୀୟ ନୌସେନାରେ ଯୋଗ ଦେଇଥିଲେ । ବିଭିନ୍ନ ସମୟରେ ତାଙ୍କର ସାହସିକତା, କାର୍ଯ୍ୟଦକ୍ଷାତା ପାଇଁ ପୁରସ୍କୃତହୋଇଥିବାବେଳେ ୭୭ତମ ସାଧାରଣତନ୍ତ୍ର ଦିବସ ଅବସରରେ ଭାରତୀୟ ନୌସେନାରେ ଆଡଭାନ୍ସ ଲାଇଟ ହେଲିକପ୍ଟର (ରେସ୍କୁ ହେଲିକପ୍ଟର)ରେ ଏୟାରକୁ ଡ୍ରାଇଭରଭାବେ କାର୍ଯ୍ୟରତ ତାଙ୍କ ଅସାଧାରଣ ସାହସିକତା ପାଇଁ ରାଷ୍ଟ୍ରପତିଙ୍କ ଉତମ ଜୀବନ ରକ୍ଷକ ପଦକ ପ୍ରଦାନ କରାଯାଇଛି । ସମୁଦ୍ର ଭିତରେ ସଂଙ୍କଟରେ ପଡ଼ିଥିବା ୧୧ଜଣ ମତ୍ସ୍ୟଜୀବିଙ୍କୁ ଉଦ୍ଧାର କରିଥିବାରୁ ତାଙ୍କର ଅସାଧାରଣ ସାହାସ ଓ ସଚେତନତା ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ସୁଚନା ଥାଉକି ଗତବର୍ଷ ଜୁଲାଇ ମାସ ୫ତାରିଖରେ ଗଣିଆ ବ୍ଳକସ୍ଥିତ ପତୁରିଆ ମହାନଦୀରେ ବନ୍ୟାଜଳରେ ଭାସିଯାଉଥିବା ନୟାଗଡ଼ ଓଡ଼ଗାଁ ଥାନା ଯୋଡ଼ାସାହି ଗ୍ରାମର ଗୋଟିଏ ପରିବାରର ୨ଝିଅ ଓ ବାପା ଗାଧୋଉଥିବାବେଳେ ତାଙ୍କ ଗୋଡ଼ ଖସିଯାଇଥିଲା । ଦେବଦୁତ ସାଜି ସୌମ୍ୟରଂଜନ ନିଜ ଜୀବନକୁ ବାଜି ଲଗାଇ ସମସ୍ତଙ୍କୁ ଉଦ୍ଧାର କରିଥିଲେ । ଯେଉଁଥିପାଇଁ ଖଣ୍ଡପଡ଼ା ତହସିଲଦାର ତାଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରିଥିଲେ । ଗଣତନ୍ତ୍ର ଦିବସ ଅବସରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ପଦକ ପ୍ରାଦନ କରିବା ପ୍ରଚାରିତ ହେବାପରେ ତାଙ୍କ ନିଜ ଗ୍ରାମ ପାଣ୍ଡରାସିଂହା ତଥା ଗଣିଆ ଅଂଚଳରେ ଖୁସୀର ଲହରୀ ଦେଖାଯାଇଛି । ଯାହାକୁ ନେଇ ଅଂଚଳବାସୀମାନେ ତାଙ୍କର ଦୀର୍ଘାୟୁ କାମନ କରିବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି ।
