ସ୍ଥାନୀୟ ଲୋକଙ୍କୁ ରୋଗାଗ୍ରସ୍ତ କରୁଛି ଚକାଡୋଳା ଛତୁ ଫ୍ୟାକ୍ଟ୍ରି
ଭଣ୍ଡାରିପୋଖରୀ,୧୭/୦୨:ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ରଣଜିତ ପଞ୍ଚାୟତର ଅପୂଜା ମହାଦେବ ପୀଠରେ,ସାରା ରାଜ୍ୟରେ ପରିବେଶର ସୁରକ୍ଷା ଓ ବୃକ୍ଷରୋପଣ ପାଇଁ କାର୍ଯ୍ୟ କରୁଥିବା ସବୁଜ ଓଡିଶାର ପ୍ରତିଷ୍ଠାତା ପ୍ରଫେସର ସୁଧୀର ଚନ୍ଦ୍ର ଜେନା ଓ ସଂପାଦକ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ଲେଙ୍କା ରଣଜିତ ଓ ବାଲିପୋଖରୀ ଗ୍ରାମବାସୀ ଓ ଚାଷୀ ମାନଙ୍କ ଉପସ୍ଥିତିରେ ଏକ ସାମ୍ବାଦିକ ସମ୍ମିଳନୀ ର ଆୟୋଜନ କରିଥିଲେ।ଏହି ପୀଠର ସମ୍ମୁଖରେ ଓ ହାଇଲେବଲ କେନାଲର ପାର୍ଶ୍ୱରେ ଚକାଡ଼ୋଳା ଛତୁ ଉପ୍ରାଦନ ସଂସ୍ଥା ତାହାର ବର୍ଜ୍ୟବସ୍ତୁକୁ ଦୀର୍ଘଦିନ ହେବ ଏହିଠାରେ ଫିଙ୍ଗି ଚାଲିଛନ୍ତି ଟନ ଟନ ବର୍ଜ୍ୟବସ୍ତୁ ଏବଂ ବର୍ଜ୍ୟବସ୍ତୁ ରୁ ବାହାରୁଥିବା ଗ୍ୟାସର ପ୍ରଭାବରେ ପାଞ୍ଚ ସହ ମିଟରରୁ ଉର୍ଦ୍ଧ୍ଵ କେନାଲ ପାର୍ଶ୍ୱରେ ଥିବା ବଡ ବଡ ବୣକ୍ଷ ମାନ ଠିଆ ଠିଆ ଜଳି ପୋଡ଼ି ମରିଯିବା ଦେଖିବାକୁ ମିଳିଛି ଏବଂ ପାର୍ଶ୍ୱସ୍ଥ ଚାଷ ଜମି ସଂପୂର୍ଣ୍ଣ ଅମଳହୀନ ହୋଇଯାଇଛି।ବର୍ଜ୍ୟବସ୍ତୁ ରୁ ନିଗର୍ତ ଗ୍ୟାସ ଯୋଗୁଁ ନିକଟସ୍ଥ ଜମିରେ ଚାଷୀମାନେ ନାନା ସଂକ୍ରମଣ ରୋଗରେ ପିଡିତ।ଏହି ସମ୍ୱନ୍ଧରେ ପ୍ରଦୂଷଣ ବୋର୍ଡ଼,ଭୁବନେଶ୍ୱର ରେ ଅବଗତ କରାଯିବା ସମେତ ଭଦ୍ରକଜିଲ୍ଲାପାଳ,ଭଣ୍ଡାରିପୋଖରୀ ତହସିଲଦାର,ଆଖୁଆପଦା ଜଳସେଚନ ବିଭାଗ ନିର୍ବାହୀ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଭଣ୍ଡାରିପୋଖରୀ ବ୍ଲକର ଜନ ଶୁଣାଣିରେ ବାରମ୍ବାର ଅଭିଯୋଗ ସ୍ଥାନୀୟ ବାସିନ୍ଦା ମାନେ କରିବା ସତ୍ତ୍ୱେ ଫଳଶୂନ୍ୟ ହୋଇଥିଲା।ଯାହା ଫଳରେ ସ୍ଥାନୀୟ ଗ୍ରାମ ବାସିବୃନ୍ଦ ଆଜି ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ।ଆଗମୀଦିନରେ ଏହି ସ୍ଥାନରୁ ଛତୁର ସମସ୍ତ ବର୍ଜ୍ୟବସ୍ତୁ ସବୁଦିନ ପାଇଁ ଉଠାନଗଲେ ଆମ୍ଭେ ନିକଟସ୍ଥ ପଞ୍ଚାୟତର ଗ୍ରାମବାସୀ ମାନେ ଜନସ୍ୱାର୍ଥ ମାମଲା ମାଧ୍ୟମରେ ମାନ୍ୟବର ଉଚ୍ଚ ନ୍ୟାୟଳର ଆଶ୍ରୟ ନେବା ସହ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଗ୍ରାମବସୀ ମାନେ ଚେତାବନୀ ଦେଇଛନ୍ତି।
