ସ୍ୱଚ୍ଛତାଦ୍ୱାରା ଗ୍ରାମର ସମୃଦ୍ଧି ପ୍ରଶିକ୍ଷଣ ଶିବିରସ୍ୱଚ୍ଛତା ହିଁ ସୁସ୍ଥ ଜୀବନର ମୂଳମନ୍ତ୍ର
ଗଣିଆ,(, ବିଶ୍ୱରଂଜନ ସେଠି.) ସୋମବାରଦିନ ପୂର୍ବାହ୍ନରେ ଗଣିଆ ବ୍ଳକର ସଦଭାବନା ସଭାଗୃହରେ ସ୍ୱଚ୍ଛତା ଦ୍ୱାରା ଗ୍ରାମର ସମୃଦ୍ଧି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୋଷ୍ଠୀ ବିତୀୟ ଅଧିକାରୀ ସ୍ମୃତିରଂଜନ ପ୍ରହରାଜଙ୍କ ସଭାପତିତ୍ୱରେ ପ୍ରଶିକ୍ଷକଭାବେ ପ୍ରସାନ୍ତ କୁମାର ଦାଶ, ରାଷ୍ଟ୍ରୀୟ ଗ୍ରାମ୍ୟ ସ୍ୱରାଜ ଅଭିଯାନର ବ୍ଳକସ୍ତରୀୟ ସଂଯୋଜକ ସ୍ମୃତିରାମ ପ୍ରଧାନ, ଗ୍ରାମ ପଂଚାୟତ ଉନ୍ନୟନ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ମହାପାତ୍ର ଉପସ୍ଥିତ ଥିଲେ । ସ୍ୱାଚ୍ଛତା ହିଁ ସେବା, ସ୍ୱଚ୍ଛତା ହି ସୁସ୍ଥ ଜୀବନର ମୂଳ ମନ୍ତ୍ର । ଆସ ମିଳିମିଶି ଆମେ ଶପଥ ନେବା ରାଜ୍ୟ ଓ ଦେଶକୁ ସ୍ୱଚ୍ଛ ରଖିବା । ଗାଁର ପରିସରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ନିମନ୍ତେ ଶପଥ ନେଇଥିଲେ । ସ୍ୱଚ୍ଛ ଭାରତ ଅଭିଯାନରେ ନିର୍ମଳ ଓ ପରିଷ୍କାର ପରିଚ୍ଛନ୍ନ ଉପରେ ଗୁରୁତ୍ୱ ଦେବା ପାଇଁ ବାର୍ତା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି କର୍ମୀ, ଏସିଏମ, ପଂଚାୟତ ନିର୍ବାହୀ ଅଧିକାରୀ, ହିସାବ ରକ୍ଷକ ତଥା ତଥ୍ୟ ସଂଚାଳକ ମାନେ ଉପସ୍ଥିତ ରହି ପ୍ରଶିକ୍ଷଣ ନେଇଥିଲେ । ଏଭଳି କାର୍ଯ୍ୟକ୍ରମକୁ ପ୍ରଚାର ପ୍ରସାର କରିବା ପାଇଁ ପ୍ରଶିକ୍ଷକ ସମସ୍ତଙ୍କୁ ଉପଦେଶ ଦେଇଥିଲେ ।
