ସ୍ୱାଗତ କଲେ ସାଧାରଣ ଜନତା,ମୋହନ ସରକାରଙ୍କ ଵର୍ଷେ ପୂର୍ତ୍ତି ଅବସରରେ ଚନ୍ଦାହାଣ୍ଡି ରେ ବିକାଶ ବାହନ ରଥ


ତାରିଖ- 12.06.2025 ଭାରତ ସରକାରଙ୍କ ଏଗାର ବର୍ଷ ଓ ଓଡ଼ିଶା ସରକାରଙ୍କ ଏକ ବର୍ଷ ଶାସନର ପୁର୍ତ୍ତୀ ଅବସରରେ ଆଜି ବିକାଶ ବାହନ ରଥ ମାଧ୍ୟମରେ ବିକାଶର ବାର୍ତ୍ତା ଗୁଡ଼ିକ ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇବାକୁ ଏକ ରଥଯାତ୍ରା ମାଧ୍ୟମରେ ଅଭିଯାନ ଆରମ୍ଭ ହୋଇ ଯାଇଛି l ତେବେ ଆଜି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ର କୋଇଲିମୁଣ୍ଡା, ଫଟକି ଗ୍ରାମପଞ୍ଚାୟତରେ ବିକାଶ ରଥର ସ୍ଵାଗତ ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ରଥକୁ ଅଞ୍ଚଳର ବହୁ ନାଗରିକ ଓ ଅଧିକାରୀ ବୃନ୍ଦ ପୁଷ୍ପମାଲ୍ୟ ଅର୍ପଣ କରି ସ୍ଵାଗତ କରି ପାଛୋଟି ନେଇଥିଲେ l ତତ୍ପରେ ଅଞ୍ଚଳର ସଦର କୋଇଲିମୁଣ୍ଡା ଓ ଫଟକି ଗ୍ରାମପଞ୍ଚାୟତରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚଇନୁ ଗଣ୍ଡ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଆଜିର ସଭାରେ” ବର୍ଷ ଏକ ଉପଲବ୍ଧି ଅନେକ” ଓଡ଼ିଶା ସରକାରଙ୍କ ବିକଶିତ ଓଡ଼ିଶା ନେଇ ସରକାର ଙ୍କ ସୁଶାସନ ସମ୍ବନ୍ଧରେ ଉପସ୍ଥିତ ଜନସାଧାରଣଙ୍କୁ ବୁଝାଇ ଥିଲେ l

ବର୍ତ୍ତମାନ ଓଡିଶା ସରକାରଙ୍କ ଲୋକାଭିମୁଖୀ ଯୋଜନା ଓ ତାହାର କାର୍ଯ୍ୟକାରିତା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଏକ ବର୍ଷ ଶାସନ କାଳ ପୂର୍ତ୍ତି ଅବସରରେ ସରକାରଙ୍କ ସୁଶାସନର ସଫଳ ରୂପାୟନକୁ ଉପସ୍ଥିତ ସାଧାରଣ ଜନତାଙ୍କ ସମ୍ମୁଖରେ ଉପସ୍ଥାପନ କରିବା ସହ ଅନେକ ହିତାଧିକାରୀଙ୍କୁ ରାସନକାର୍ଡ, ଗୋପବନ୍ଧୁ ଆରୋଗ୍ଯ ଯୋଜନାରେ ରେ ସାମିଲ୍ କରି ସ୍ୱାସ୍ଥ୍ୟ କାର୍ଡ଼, ଜଙ୍ଗଲ ଜମି ଅଧିକାର ଆଇନ ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀ ମାନଙ୍କୁ ଜମିପଟା, ଅନ୍ତ୍ୟୋଦୟ ଗୃହ ଯୋଜନାରେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇ ଥିଲା l ଆଜିର ଏହି କାର୍ଯ୍ୟକ୍ରମରେ ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ବାନାମ୍ବର ଦାଶ, ମତ୍ସ୍ୟ ଅଧିକାରୀ ଭାଗୀରଥୀ ନାୟକ, ସହକାରୀ ଯନ୍ତ୍ରୀ ଭଗବାନ ବେହେରା, ସତ୍ୟ ଦଣ୍ଡସେନା ସହଯୋଗ କରିଥିବା ବେଳେ ଆଜିର ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ବିଜେପି ନେତା ଅକାଲୁ ଜାଲି, ଭରତ ବାଘ, ବସନ୍ତ କୁମାର ମାଝୀ, ମାନସିଂହ ଚୌହାନ,ଭୋଦେବ ବାଘ ବରିଷ୍ଠ ସମାଜସେବୀ ଭୀମସେନ ଡଙ୍ଗରୀ, ମହେଶ୍ଵର ଦାସ, ନିତ୍ୟାନନ୍ଦ ମାଝୀ ପ୍ରମୁଖ ମଞ୍ଚାସୀନ ହୋଇଥିଲେ lReport- ପୀତାମ୍ବର ସୋରୀ ସ୍ଥାନ- ଚନ୍ଦାହାଣ୍ଡି

You might also like