ହଳଦୀ ରେ ବାଲ୍ୟ ବିବାହ ବନ୍ଦ କଲା ପ୍ରଶାସନ

ଚନ୍ଦାହାଣ୍ଡି – ତା 31.01( ପୀତାମ୍ବର ସୋରୀ ) ସରକାର ବାଲ୍ୟ ବିବାହ ବନ୍ଦ ପାଇଁ ଜନ ସଚେତନତା ଆଣି ଲୋକଙ୍କୁ ଆଇନ ଆଣିଥିଲେ ମଧ୍ୟ ଲୋକେ ସଚେତନତା ଅଭାବରେ ପାଠ ପଢିବା ବୟସରେ ବିଦ୍ୟାଳୟ ନଯାଇ ସାଂସାରିକ ବନ୍ଧନରେ ବାନ୍ଧି ହେଇ ଶିଶୁ ମୃତ୍ୟୁ, ମାତୃ ମୃତ୍ୟୁ ଭଳି ସମସ୍ୟାରେ ପତିତ ହେଇ ଯାଉଛନ୍ତି l ଯାହା ଫଳରେ କି ସରକାର ଏକ ସୁସ୍ଥ ସମାଜ ସଶକ୍ତ ରାଷ୍ଟ୍ର ଗଠନ ପାଇଁ ଯେଉଁ ଲକ୍ଷ ରଖିଛନ୍ତି ତାହା ଫଳ ପ୍ରଦ ହେଇ ପାରୁନାହିଁ l ତେବେ ବର୍ତ୍ତମାନ ପରିପ୍ରେକ୍ଷୀରେ ଚନ୍ଦାହାଣ୍ଡି ବ୍ଲକ ଅଞ୍ଚଳରେ ବାଲ୍ୟ ବିବାହ ବ୍ୟାପକ ଭାବେ ଚାଲିଥିବା ବେଳେ ଆଜି ପ୍ରଶାସନ ଖବର ପାଇ ଚନ୍ଦାହାଣ୍ଡି ଗ୍ରାମ ପଞ୍ଚାୟତ ଅଧିନସ୍ଥ ହଳଦୀ ଗାଁକୁ ଯାଇ ସଦ୍ୟ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ବନ୍ଦ କରିଛନ୍ତି l ଶିଶୁବିକାଶ ପ୍ରକଳ୍ପ ଚନ୍ଦାହାଣ୍ଡି କାର୍ଯ୍ୟାଳୟ ତରଫରୁ ଆଜି ମହିଳା ପରିଦର୍ଶିକା ସନ୍ଧ୍ୟାରାଣୀ ମହାଙ୍କୁଡ଼, ନଦିନୀ ଶତପଥୀ, ମିଥିଲା ଦଣ୍ଡସେନା ଉକ୍ତ ବାଲ୍ୟ ବିବାହ ବନ୍ଦ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିବା ବେଳେ ଗ୍ରାମପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଈଶ୍ୱର ଚନ୍ଦ୍ର ବାଘ, ଅଙ୍ଗନବାଡି କର୍ମୀ ତାରାବତୀ ଶବର ଓ ଗୋମତୀ ସୁନା ପ୍ରମୁଖ ଗାଁର ଲୋକ ଓ ପରିବାର ଲୋକଙ୍କୁ ବୁଝାଇ ବାଲ୍ୟ ବିବାହ ବନ୍ଦ କରିଥିବା ନେଇ ସୂଚନା ମିଳିଛି l ତେବେ ବର୍ତ୍ତମାନ ଚନ୍ଦାହାଣ୍ଡି ଭଳି ଏକ ଉପାନ୍ତ ଅଞ୍ଚଳରେ ବାଲ୍ୟବିବାହ ଦିନକୁଦିନ ଜୋରସୋରରେ ବଢ଼ି ଚାଲିଥିବା ବେଳେ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ବାଲ୍ୟ ବିବାହ ରୋକିବା ସହ ବାଲ୍ୟ ବିବାହ କରୁଥିବା ବ୍ୟକ୍ତି ବିଶେଷ ସହ ସହଯୋଗ କରୁଥିବା ଏବଂ ବାଲ୍ୟ ବିବାହ ଆଇନ କୁ ଅମାନ୍ୟ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଅଞ୍ଚଳରେ ଖୁବ ଶୀଘ୍ର ଅଞ୍ଚଳ ରେ ବାଲ୍ୟ ବିବାହ ଭଳି ଏକ ବାମାଜିକ ବ୍ୟାଧିର ମୁଳୋତ୍ପାଟନ ହୋଇ ପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି l