ପ୍ରେମିକା ଙ୍କ ହାତ ଧରିଲେ ବଲିଉଡ୍ ଅଭିନେତା ରଣଦୀପ ହୁଡା
ବଲିଉଡ୍ ଅଭିନେତା ରଣଦୀପ ହୁଡା ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଲିନ ଲାଇଶ୍ରାମଙ୍କୁ ବିବାହ କରିଛନ୍ତି। ଅଭିନେତ୍ରୀ-ମଡେଲ୍ ଲିନ୍, ଯିଏ ତାଙ୍କଠାରୁ ୧୦ ବର୍ଷ ସାନ।ଇମ୍ଫାଲରେ ପାରମ୍ପରିକ ମଣିପୁରୀ ରୀତିନୀତିରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ମଣିପୁରର ଇମ୍ଫାଲର ପ୍ରସିଦ୍ଧ ମନ୍ଦିରରେ ଦୁହେଁ ସେମାନଙ୍କର ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଆଶୀର୍ବାଦ ନେଇଥିଲେ। ଉଭୟଙ୍କର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ସମୟରେ, ଉଭୟ ପାରମ୍ପାରିକ ଏବଂ ସାଂସ୍କୃତିକ ଶୈଳୀରେ ନଜର ଆସିଥିଲେ। ଏଥି ସହିତ ଉଭୟଙ୍କ ବିବାହ ସମାରୋହ ପାଇଁ ପ୍ରସ୍ତୁତି ସମାପ୍ତ ହୋଇଛି। ଯେଉଁଥିରେ ପରିବାର ସଦସ୍ୟଙ୍କ ବ୍ୟତୀତ କେବଳ କିଛି ଅତି ନିକଟତର ଲୋକ ଯୋଗଦେବେ ।ଏହା ମଧ୍ୟ କୁହାଯାଇଛି ଯେ ମଣିପୁରୀ ପରମ୍ପରା ଅନୁଯାୟୀ ଉଭୟଙ୍କ ବିବାହ ହେବ।
ଧଳା ରଙ୍ଗର ପୋଷାକ ପିନ୍ଧି ଅଭିନେତା ଜଣେ ଆଦର୍ଶ ମଣିପୁରୀ ବର ପରି ଦେଖାଯାଉଥିଲେ। ଥିଏଟରରେ ଲିନ ଏବଂ ହୁଡା ପ୍ରଥମରଥର ପାଇଁ ପରସ୍ପରକୁ ଭେଟିଥିଲେ। ଏହାପରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା।ବିବାହ ପରେ ମୁମ୍ବାଇରେ ଏକ ରିସେପ୍ସନ୍ ଦିଆଯିବ ।ଯେଉଁଥିରେ ସମସ୍ତ ବଲିଉଡ ସେଲିବ୍ରିଟି ନଜର ଆସିବେ।
