୨୨ ବର୍ଷ ବୟସରେ ନିଜର ଗୀତ ଦ୍ୱରା ବ୍ରିଟେନର ଧୂମ କରୁଛି ଏହି ଝିଅ ।

ଭାରତୀୟ ବଂଶୋଦ୍ଭବ ସାଇଶା ଯିଏ ମାତ୍ର ୨୨ ବର୍ଷ ବୟସରେ ଏବଂ ନିଜ ଗୀତ ବଳରେ ବ୍ରିଟେନର ଧୂମ ମଚେଇ ସାରିଲେଣି । ତାଙ୍କର ଫ୍ୟାନ ମାନଙ୍କ ସଂଖ୍ୟା ମଧ୍ୟ ଏବେ ବହୁତ ଅଧିକ ।ମାତ୍ର ୧୦ ବର୍ଷ ବୟସରେ ସେ ତାଙ୍କର ପ୍ରଥମ ଗୀତ ଲେଖିଥିଲେ ଏବଂ ୧୯ ବର୍ଷ ବୟସରେ ତାଙ୍କର ପ୍ରଥମ ରେକର୍ଡିଂ କରିଥିଲେ । ସେ ବ୍ରିଟେନର ସର୍ବକନିଷ୍ଠ ଗୀତିକାର ଯାହାଙ୍କର ଗୀତ ବିବିସିରେ ପ୍ରସାରିତ ହୋଇଥିଲା । ବହୁତ କମ ବୟସରେ ଏହି ଲକ୍ଷ୍ୟ ହାସଲ କରିଥିଲେ ସାଇଶା ।ସାଇଶା ୨୦୨୦ରେ ତାଙ୍କର ପ୍ରଥମ ଆଲବମ୍ Infinity is an Illusion ରେକର୍ଡ କରିଥିଲେ । ସେହି ସମୟରେ ତାଙ୍କୁ ମାତ୍ର ୧୯ ବର୍ଷ ହୋଇଥିଲା ଏବଂ ପରବର୍ତ୍ତୀ ବର୍ଷ ଅର୍ଥାତ୍ ୨୦୨୧ ମସିହାରେ ସେ ବିବିସିରେ ସର୍ବ କନିଷ୍ଠ କଳାକାରଭାବେ ସ୍ଥାନ ପାଇଥିଲେ ।

୨୦୨୧ ମସିହାରେ ସାଇଶାଙ୍କ ଗୀତ ‘ୱାନ ୱେ ଟିକେଟ୍’ ମୁକ୍ତିଲାଭ କରିଥିଲା ​​ଏବଂ ଏହା ବିବିସିରେ ସର୍ବୋତ୍ତମ ଆଧୁନିକ ଏସୀୟ ସଙ୍ଗୀତ ବର୍ଗରେ ମନୋନୀତ ହୋଇଥିଲା । ଯାହା ସାଇଶାଙ୍କ ପାଇଁ ଏକ ବଡ଼ ସଫଳତା ଥିଲା । କେବଳ ଏତିକି ନୁହେଁ ବିବିସି ଏହାକୁ ମ୍ୟୁଜିକ୍ ଫ୍ୟୁଜନ୍ ଟପ୍ ୧୦ରେ ମଧ୍ୟ ସ୍ଥାନିତ କରିଛି ।ସାଇଶାଙ୍କ ଇଚ୍ଛା ହେଉଛି ଭୋଜପୁରୀ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ତଥା ଗାୟକ ମନୋଜ ତିୱାରୀଙ୍କ ସହ ଗୀତ ରେକର୍ଡ କରିବା ।

Leave a comment