୨୪ ଅଭିଯୋଗରୁ ୫ଅଭିଯୋଗ ତୁରନ୍ତ ସମାଧାନ କଲେ ଜିଲ୍ଲାପାଳ
ଗଣିଆ -ସୋମବାର ଗଣିଆ ବ୍ଲକରେ ନୟାଗଡ ଜିଲ୍ଲାପାଳଙ୍କ ବ୍ଲକସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଗଣିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ଜିଲ୍ଲାପାଳଙ୍କ ଏହି ଜନ ଅଭିଯୋଗ ଶୁଣାଣୀ ଶିବିରରେ ମୋଟ ୨୪ଟି ଅଭିଯୋଗ ପଞିକୃତ ହୋଇଥିଲା । ଜିଲାପାଳ ମଧୁମିତା ରଥ, ଏହି ଅଭିଯୋଗର ଶୁଣାଣି କରି ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସମୁଦାୟ ୨୪ ଗୋଟି ଅଭିଯୋଗ ପଂଜିକୃତ ହୋଇଥିବାବେଳେ ୧୯ଗୋଟି ବ୍ୟକ୍ତିଗତ ଓ ସାମୁହିକ ୨ଗୋଟି, ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ସମ୍ପର୍କିତ ୩ ଅଭିଯୋଗ ପଂଜିକୃତ ହୋଇଥିଲା । ଏଥିରେ ପ୍ରଧାନମନ୍ତ୍ରୀ ଆବାସ ଯେ।।ଜନା, ଖାଦ୍ୟ ସୁରକ୍ଷା ଯୋଜନା, କଳାକାର ଭତା, ପାନୀୟ ଜଳ, ଷ୍ଟ୍ରିଟ ଲାଇଟ ଓ ବାଇପାସ ରାସ୍ତା ନିର୍ମାଣ ସମ୍ପର୍କିତ ଅଭିଯୋଗ କରାଯାଇଥିଲା । ବିଶେଷକରି ବାଇପାସ ରାସ୍ତା ନିର୍ମାଣରେ ବିଳମ୍ବହେଉଥିବା ନେଇ ଓ ଗଣିଆ ଡାକ୍ତରଖାନାରେ ସ୍ତ୍ରୀ ଓ ପ୍ରସୁତି ବିଭାଗ ଓ ଶିଶୁ ବିଭାଗୀର ଡାକ୍ତରଙ୍କ ନିଯୁକ୍ତି ନେଇ ସରପଂଚ ସଂଘ ତରଫରୁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଦୀର୍ଘଦିନ ଧରି ଗଣିଆ ବଡ଼ମୂଳ ରାସ୍ତ ଅତି ବିପଦପୁର୍ଣ୍ଣ ଭାବେ ପଡ଼ିରହିଥିବାବେଳେ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ମଧ୍ୟ କାର୍ଯ୍ୟକାରୀ ହେଉନଥିବାରୁ ଛାମୁଣ୍ଡିଆ ବିକାଶ ପରିଷଦର ସଭାପତି ଜୟଦେବ ସାହୁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏନେଇ ତୁରନ୍ତ ଯାଇ ଉକ୍ତ ରାସ୍ତାର ସ୍ଥିତି ପରଖିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲାପାଳଙ୍କ ଜନଶୁଣାଣି ଶିବିର ପ୍ରଚାର ପ୍ରସାର ଅଭାବରୁ ଲୋକମାନେ ଠିକ ସମୟରେ ଜିଲାପାଳଙ୍କୁ ଅଭିଯୋଗ କରିପାରୁ ନାହାଁନ୍ତି ଫଳସ୍ୱରୂପ ଅଭିଯୋଗ ୨୪ ପଂଜିକୃତ ହୋଇଥିବାବେଳେ ୬୪ଜଣ ଅଧିକାରୀ ବୋଲି ବରିଷ୍ଠ ନାଗରିକ ମଂଚର ବରିଷ୍ଠ ସଦସ୍ୟ ବାଙ୍କ ବିହାରୀ ରାଉତ ଅଭିଯୋଗ କରିଥିଲେ । ଏହି ଶିବିରରେ ଅତିରିକ୍ତ ଜିଲାପାଳ ରୋଜିନା ଦାସ, ପିି.ଡି ଲଗ୍ନଜିତ ରାଉତ, ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ ସୁବାଷ ପଣ୍ଡା, ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ତହସିଲଦାର ଐଶ୍ଚର୍ଯ୍ୟା ପ୍ର୍ୟୁସେଠ, ବିଡିଓ ଲବଣେନ୍ଦୁ ମହାନ୍ତି, ଏବିଡିଓ ରତନଲାଲ ଲୋହରା, ଉପାଧ୍ୟକ୍ଷ ରାଜକିଶୋର ସାହୁ, ସହକାରୀ ଯନ୍ତ୍ରୀ ମହେଶପ୍ରସାଦ ନାୟକ, ଗ୍ରାମ ପଂଚାୟତ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଆୟୋଜିତ ଶିବିରରେ ବ୍ଲକର ସମସ୍ତ ଜନପ୍ରତିନିଧି, ରାଜସ୍ୱ, ଶିକ୍ଷା, ସ୍ୱାସ୍ଥ୍ୟ, ଶ୍ରମ, ଜଙ୍ଗଲ, କୃଷି, ଉଦ୍ୟାନକୃଷି, ଜଳ ଓ ପରିମଳ, ମହିଳା ଓ ଶିଶୁ ବିକାଶ, ପ୍ରାଣୀସମ୍ପଦ ପରି ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ । ନୟାଗଡ଼ରୁ ବିଶ୍ୱରଂଜନ ସେଠୀଙ୍କ ରିପୋର୍ଟ HRTV ODIA
