୩୦୦ ପାଲେଷ୍ଟାଇନ ବନ୍ଧକଙ୍କୁ ମୁକ୍ତ କରିବାକୁ ପ୍ରସ୍ତୁତ ଇସ୍ରାଏଲ
ଇସ୍ରାଏଲ ଓ ହମାସ ଆତଙ୍କବାଦୀଙ୍କ ମଧ୍ୟରେ ଲାଗି ରହିଥିବା ଯୁଦ୍ଧକୁ ସାମୟିକ ଭାବେ ବନ୍ଦ କରିବା ଲାଗି ଉଭୟ ପକ୍ଷଙ୍କ ମଧ୍ୟରେ ବୁଝାମଣା ଚୁଡାନ୍ତ ହୋଇଛି। ଯୁଦ୍ଧବିରତି ଚୁକ୍ତିନାମାର କିଛି ଘଣ୍ଟା ପରେ ଇସ୍ରାଏଲ ୩୦୦ ପାଲେଷ୍ଟାଇନ ବନ୍ଧକଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛି। ଏହି ବୁଝମଣା ପରେ ହମାସ ଇଜରାୟଲ୍ର ୨୪୦ ବନ୍ଧକ ମଧ୍ୟରୁ ୫୦ ଦଣଙ୍କୁ ଛାଡ଼ିବ। ସେହିପରି ଇସ୍ରାଏଲ୍ ୩୦୦ରୁ ପ୍ରଥମ ପର୍ଯ୍ୟାୟରେ ୧୫୦ ପାଲେଷ୍ଟାଇନ୍ କଏଦୀଙ୍କୁ ଛାଡ଼ିବ। ଏନେଇ ଇସ୍ରାଏଲ ପକ୍ଷରୁ ସମସ୍ତ ୩୦୦ ଏକଦୀଙ୍କର ତାଲିକା ଜାରି କରାଯାଇଛି।ପାଲେଷ୍ଟାଇନ କଏଦୀଙ୍କ ମଧ୍ୟରୁ ମୋଟ ୨୮୭ ଜଣଙ୍କର ବୟସ ୧୮ ବର୍ଷରୁ କମ୍। ଇସ୍ରାଏଲ ଦ୍ୱାରା ମୁକ୍ତ ହେବାକୁ ଥିବା ୧୫୦ ପାଲେଷ୍ଟାଇନ କଏଦୀଙ୍କ ମଧ୍ୟରେ ସମୁଦାୟ ୧୫୦ ମହିଳା ଏବଂ ନାବାଳକ ଅଛନ୍ତି,ଏହା ବ୍ୟତୀତ ୧୩ ଜଣ ମହିଳା ଅଛନ୍ତି ଯେଉଁମାନେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଉଦ୍ୟମ ପାଇଁ ଗିରଫ ହୋଇଥିଲେ।ବନ୍ଧକ ଚୁକ୍ତି ପାଇଁ ଇସ୍ରାଏଲ୍ ରାଷ୍ଟ୍ରପତି ଆଇଜାକ୍ ହେର୍ଜୋଗ୍ ସମର୍ଥନ ଜଣାଇଛନ୍ତି। ଇସ୍ରାଏଲର ୱାର୍ କ୍ୟାବିନେଟରେ ଅନ୍ତର୍ଭୁକ୍ତ ଅଧିକାରୀମାନେ ପାଖାପାଖି ୬ ଘଣ୍ଟା ଧରି ବୈଠକ କରିଥିଲେ।
ଏଥିରେ କତାର, ଇଜିପ୍ଟ ଏବଂ ଆମେରିକାର ଆନ୍ତର୍ଜାତୀୟ ସ୍ତରରେ ଯୁଦ୍ଧ ବିରାମ ଉଦ୍ୟମକୁ ଚୁକ୍ତିନାମାକୁ ଅନୁମୋଦନ କରାଯାଇଥିଲା। ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟ ହାଉସ ଅନୁଯାୟୀ, ଉଭୟ ପକ୍ଷ ଚୁକ୍ତିନାମାକୁ ଅନୁମୋଦନ କରିବା ପରେ ପ୍ରାୟ ୨୪ ଘଣ୍ଟା ପରେ ବନ୍ଧକମାନଙ୍କର ମୁକ୍ତି ଆରମ୍ଭ ହେବ।ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଗାଲାଣ୍ଟ କହିଛନ୍ତି ଯେ ଗାଜାର ସ୍ଥଳ ମାର୍ଗରେ ଯେଉଁ ଆକ୍ରମଣ କରାଯାଇଛି ତାହା ହମାସ ଆତଙ୍କବାଦୀଙ୍କୁ ବୁଝାମଣା ନିମନ୍ତେ ବାଧ୍ୟ କରିଛି। ଇସ୍ରାଏଲ ସେନାର ଆକ୍ରମଣ ପରଠାରୁ ଗାଜାରେ ୧୩ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ଏହି ଯୁଦ୍ଧବିରତି ବୁଝାମଣା ମଧ୍ୟରେ ଆସନ୍ତା ସପ୍ତାହରେ ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିକେନ ଇସ୍ରାଏଲ ଗସ୍ତ କରିବାକୁ ଯୋଜନା କରିଛନ୍ତି।
