୩୦ ବର୍ଷୀୟା ମହିଳା ଭଗବାନ ବିଷ୍ଣୁଙ୍କୁ ବିବାହ କରିଥିବା ଘଟଣାର ଚର୍ଚ୍ଚାର ବିଷୟ ପାଲଟିଛି।

ଜୟପୁରର ନିକଟବର୍ତ୍ତୀ ଗୋବିନ୍ଦଗଡ଼ର ପୂଜା ସିଂ ନାମ୍ନୀ ଜଣେ ୩୦ ବର୍ଷୀୟା ମହିଳା ଭଗବାନ ବିଷ୍ଣୁଙ୍କୁ ବିବାହ କରିଥିବା ଘଟଣାର ଚର୍ଚ୍ଚାର ବିଷୟ ପାଲଟିଛି। ବିବାହ ସମୟର ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି। ମିଳିଥିବା ସୂଚନାନୁଯାୟୀ ଗତ ୮ରେ ପୂଜା ସିଂ ରୀତିନୀତି ଅନୁଯାୟୀ ମନ୍ଦିରରେ ଥିବା ଭଗବାନ ବିଷ୍ଣୁଙ୍କ ମୂର୍ତ୍ତିକୁ ବିବାହ କରିଛନ୍ତି।

ସେ ଭଗବାନ ବିଷ୍ଣୁଙ୍କ ନାମରେ ମୁଣ୍ଡରେ ସିନ୍ଦୂର ବଦଳରେ ଚନ୍ଦନ ଲଗାଇଥିଲେ। ଭଗବାନ ବିଷ୍ଣୁଙ୍କୁ କାହିଁକି ବିବାହ କଲେ ​‌​‌ବୋଲି ପ୍ରଶ୍ନର ଉତ୍ତରରେ ପୂଜା କହିଛନ୍ତି ସେ ଆଜୀବନ ଅବିବାହିତା ରହିବେ ବୋଲି ନିଷ୍ପତ୍ତି ନେଇଥିଲେ। ତେବେ ଏହାକୁ ନେଇ ତାଙ୍କୁ ବହୁ ବ୍ୟକ୍ତି ସମାଲୋଚନା କରିଥିଲେ। ତେଣୁ ସେ ଭଗବାନ ବିଷ୍ଣୁଙ୍କୁ ବିବାହ କରି ସେମାନଙ୍କ ମୁହଁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ।

ଛୋଟବେଳୁ ନିଜ ମାତା-ପିତାଙ୍କ ମଧ୍ୟରେ ବିବାଦ ଦେଖି ସେ ବିବାହ ପ୍ରତି ବୀତସ୍ପୃହ ହୋଇପଡ଼ିଥିଲେ। ବିବାହ କରି ସେ ନିଜ ଜୀବନ ବରବାଦ୍‌ କରିବାକୁ ଚାହୁଁନଥିଲେ। ତେବେ ଲୋକଙ୍କ ସମାଲୋଚନାର ଜବାବ ଦେବାକୁ ଭଗବାନ ବିଷ୍ଣଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ବିବାହ ପରେ ପୂଜା ନିଜ ଘରେ ରହୁଛନ୍ତି।

ସେ ପ୍ରତିଦିନ ଭଗବାନ ବିଷ୍ଣୁଙ୍କ ନିମନ୍ତେ ଖାଦ୍ୟ ପ୍ରସ୍ତୁତ କରି ମନ୍ଦିରରେ ଅର୍ପଣ କରୁଛନ୍ତି। ତାଙ୍କର ଏପରି କାମକୁ କେତେକ ପରିହାସ କରୁଥିବା ବେଳେ ଆଉ କେତେକ ତାଙ୍କୁ ସମର୍ଥନ କରୁଥିବା ପୂଜା କହିଛନ୍ତି।

You might also like