୪୧କିଲୋ ଗଞ୍ଜେଇ ସହିତ ଗାଡ଼ି ଜବତ, ଗାଡ଼ି ଡ୍ରାଇଭର ଫେରାର

ଗଣିଆ .(ବିଶ୍ୱରଂଜନ ସେଠି) ଗଞ୍ଜେଇ ଚୋରା ଚାଲାଣ ବେବେଳ ଦୁର୍ଘଟଣା ଘଟାଇଥିବା ଏକ କାରକୁ ମଙ୍ଗଳବାର ଜବତ କରିଛି ଗଣିଆ ପୋଲିସ । ମିଳିଥିବା ସୁଚନା ଅନୁସାରେ ମଙ୍ଗଳବାର ସକାଳୁ ଓଡି୦୨ଏ୮୫୨୦ ନମ୍ବର ବିଶିଷ୍ଟ ଏକ ଧଳା ରଙ୍ଗର ଇଣ୍ଡିଗୋ କାରରେ ଗଞ୍ଜେଇ ଚୋରା ଚାଲାଣ କରି ଦଶପଲ୍ଲାରୁ ଗଣିଆ ଅଭିମୁଖେ ଆସୁଥିବାବେଳେ ତାକୁ ଅନ୍ୟ ଗୋଟିଏ ଗାଡ଼ି ପିଛା କରିଥିଲା । ଗିରଫ ହେବା ଭୟରେ ମାଫିଆମାନେ ଗାଡ଼ିଟିକୁ ଦ୍ରୁତ ଗତିରେ ଆସି ଗଣିଆ ଥାନା ଅନ୍ତର୍ଗତ କାଳିକାପ୍ରସାଦ ଗ୍ରାମ ଭିତରକୁ ପଶିଯାଇ ଏକ ଶାଗୁଆନ ଗଛରେ ପିଟି ହୋଇଥିଲା । ପିଟି ହେବାପରେ ଘଟଣାସ୍ଥଳରେ ଗାଁ ଲୋକେ ପଂହଚିଲା ପରେ ଗାଡ଼ି ଛାଡ଼ି ୨ଜଣ ମାଫିଆ ଫେରାର ହୋଇଯାଇଥିଲେ । ଗାଁ ଲେ।।କମାନେ ଗଣିଆ ଥାନାକୁ ଖବର ଦେବାପରେ ଘଟଣାସ୍ଥଳରେ ଗଣିଆ ଥାନା ଅଧିକାରୀ ଟଙ୍କଧର ଛତ୍ରିଆ, ଏସଆଇ ଶ୍ୟାମସୁନ୍ଦର ପ୍ରଧାନ ପଂହଚି କାରଟିକୁ ଜବତ କରିବା ସହିତ ଗାଡ଼ିଭିତରେ ଥିବା ଗଞ୍ଜେଇ ବସ୍ତାକୁ ଜବତ କରିଥିଲେ । ପରେ ଖବର ପାଇ ଘଟଣାସ୍ଥଳରେ ତହସିଲଦାର ଐଶ୍ୱର୍ଯ୍ୟା ପୃଷେଠ ଘଟଣାସ୍ଥଳରେ ପଂହଚିଥିଲେ । ତହସିଲଦାରଙ୍କ ଉପସ୍ଥିତିରେ ଜବତ ହୋଇଥିବା ଗଞ୍ଜେଇକୁ ଓଜନ କଲାପରେ ତାହା ୪୧କେ.ଜି. ହୋଇଥିବା ଜଣାପଡ଼ିଥିଲା । ଘଟଣାସ୍ଥଳରୁ ଗଞ୍ଜେଇ ସହିତ ଗାଡ଼ିକୁ ଗଣିଆ ଥାନାକୁ ଆଣି ଅଧିକ ତଦନ୍ତ ଜାରି ରଖିଥିବାବେଳେ କାହାକୁ ଗିରଫ କରାଯାଇନଥିବା ଥାନା ଅଧିକାରୀ ସୁଚନା ଦେଇଛନ୍ତି ।