୪୭ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଗଲେ ଚତୁର୍ଥ ଶ୍ରେଣୀ କର୍ମଚାରୀ

ପେନ୍‌ସନ୍‌ ବାବଦକୁ ଏରିୟର ବିଲ୍‌ କରାଇ ଦେବାକୁ ୪୭ ହଜାର ଟଙ୍କା ଲାଞ୍ଚ ନେଇ ଆଜି ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭିଜିଲାନ୍ସ ଜାଲରେ ଫସିଛନ୍ତି। ଭରତ ନାୟକଙ୍କ ଶ୍ବଶୁର ସେଟେଲମେଣ୍ଟ ଅଫିସରେ କାମ କରୁଥିଲେ । ତାଙ୍କ ପେନସନ ବାବଦକୁ ଏରିୟର ବିଲ୍ କରାଇ ଦେବାକୁ ୮୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ହରିଶ୍ଚନ୍ଦ୍ର। ଭରତ ନାୟକ ପୂର୍ବରୁ ୪୦ ହଜାର ଟଙ୍କା ଦେଇଥିବା ବେଳେ ଆଜି ବଳକା ୪୭ ହଜାର ଟଙ୍କା ଦେଇଥିଲେ। ଏହି ସମୟରେ ପୂର୍ବ ଯୋଜନା ମୁତାବିକ ଭିଜିଲାନ୍ସ ଟିମ ହରିଶ୍ଚନ୍ଦ୍ର ମହାପାତ୍ରଙ୍କୁ କାବୁ କରିଥିଲା। ଅଭିଯୁକ୍ତଙ୍କ ଆୟ ବହିର୍ଭୁତ ସମ୍ପତ୍ତି ନେଇ ଅଧିକ ଖୋଳତାଡ କରୁଛି ଭିଜିଲାନ୍ସ । ତେବେ ଭିଜିଲାନ୍ସ ଦ୍ବାରା ଅନେକ ସରକାରୀ ଚାକିରିଆ ଗିରଫ ‌ହୋଇ ଜେଲ୍‌ ଯାଉଛନ୍ତି। ଦୋଷୀ ସାବ୍ୟସ୍ତ ହେଉଥିବା ଚାକିରିଆମାନେ କଠୋର କାର୍ଯ୍ୟାନୁଷ୍ଠାନର ମଧ୍ୟ ଶିକାର ହେଉଛନ୍ତି। କିନ୍ତୁ ଏଥିରୁ ଅନ୍ୟମାନେ କିଛି ଶିଖୁ ନାହାନ୍ତି।