ୱାଳିପୂର୍ ମକର ମେଳାରେ ଯୋଗଦେଲେ ସାଂସଦ
ଗଣିଆ-ଗଣିଆ ବ୍ଲକ ୱାଲିପୁରସ୍ଥିତ ମା ଚିରିଣି ଠାକୁରାଣୀଙ୍କ ପୀଠରେ ମକରମେଳା ବଡ଼ ଧୁମଧାମରେ ପାଳିତ ହେଉଥିବାବେଳେ ଗୁରୁବାର ଦିନ ଅପର୍ହ୍ନରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗେ ଦେଇ ମାଆଙ୍କର କୃପାଳାଭ କରିଛନ୍ତି। ଗଣିଆ ବ୍ଲକର ଏହି ମେଳା ଖୁବ୍ ପ୍ରସିଦ୍ଧ ହୋଇଥିବାରୁ ଏଠାରେ ଜନସମାଗମ ବଢିବାରେ ଲାଗିଛି । ଗ୍ରାମଦେବତୀ ମା ଚିରିଣିଙ୍କ ପୀଠରେ ସାଂସଦ ପହଞ୍ଚିଲା ପରେ ବାଜା ବାଣର ତାଳେ ତାଳେ ଏକ ପତୁଆଳ ରେ ମନ୍ଦୀର ପାଖକୁ ପାଛାଟି ନେଇଥିଲେ । ସେଠାରେ ଗ୍ରାମ କମିଟି କମିଟିର ସଭାପତି ଭୁବନେଶ୍ୱର ବାଘ ଓ ସଂପାଦକ ଶଙ୍କର୍ଷଣ ଗଣ୍ଠିଆ , ସ୍ଥାନୀୟ ସରପଞ୍ଚ ସୁକାନ୍ତ ଗଣ୍ଠିଆଙ୍କ ତରଫରୁ ମଞ୍ଚରେ ଫୁଲତୋଡା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ।

ସାଂସଦଙ୍କ ସହିତ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପୂର୍ଣ୍ଚଚନ୍ଦ୍ର ନାୟକ , ଗଣିଆ ମଣ୍ଡଳ ସଭାପତି ମହାବୀର ପ୍ରାସାଦ ମିଶ୍ର , , ଗଣିଆ ସରପଞ୍ଚ ଗିରିଧାରି ସେଠି , ବଶିଷ୍ଠ ବିଜେପି ନେତା ବିଭୂତି ଭୂଷଣ ପଣ୍ଡା , ନୟାଗଡ଼ ଜିଲ୍ଲା ବିଜେପି ଉପସଭାପତି ଚନ୍ଦ୍ରଶେଖର ଦାସ୍ , ଗଣିଆ ବ୍ଲକ ମଣ୍ଡଳ ଉପସଭାପତି ବାଉରୀବନ୍ଧୁ ରାଉତ , କରଡାପଡ଼ା ସରପଂଚଙ୍କ ପ୍ରତିନିଧି ସମୀର କୁମାର ସାହୁଙ୍କ ସମେତ ବହୁ ବିଜେପି କର୍ମୀଙ୍କ ଓ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ । ସାଂସଦଙ୍କ ପାଣ୍ଠିରୁ ମା ଚିରିଣି ଗୋଷ୍ଠୀ ଉନ୍ନତୀ କରଣ ପାଇଁ ୨୦,୦୦୦ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କହିଛନ୍ତି । ମନ୍ଦିରର ଉନ୍ନତି ସହିତ ଗ୍ରାମର ବିକାଶ ପାଇଁ ଲୋକଙ୍କ ସହିତ ଆଲୋଚନା କରିଥିଲେ ସାଂସଦ ।ଏହି ଅବସରରେ ରାଉତପଡ଼ା ସ୍ଥିତ ପଭୁ ଭୋଳେଶ୍ୱରଙ୍କୁ ନିମନ୍ତ୍ରଣ କରାଯାଇ ପୁଜାର୍ଚ୍ଚନା କରାଯିବା ସହିତ ନାମ ସଂକୀର୍ତନ କରାଯାଇ ଗ୍ରାମ ପରିକ୍ରମା କରାଯାଇଥିଲା ।

ଠାକୁରଙ୍କୁ ମଣ୍ଡପରେ ଅବସ୍ଥାନ କରାଯାଇ ପରମ୍ପରା ମୁତାବକ ମକର ଚାଉଳ ପୁଜା କରାଯାଇ ଶ୍ରଦ୍ଧାଳଙ୍କମଧ୍ୟରେ ବାଂଟି ଦିଆଯାଇଥିଲା । ଦୋକାନ ବଜାର ସହିତ ତୋରଣ ଓ ଆଲୋକ ମାଳାରେ ସୁସଜ୍ଜିତ ଏହି ମେଳାରେ ୱାଲିପୁର ଗ୍ରାମ୍ୟ କମିଟି ତରଫରୁ ଅପେରା ନାଟ୍ୟ ସମ୍ରାଟ ପୃଥିରାଜ ଦ୍ୱାରା ନାଟକ ଦ୍ବିତୀୟ ଦିନରେ ପରିବେଷଣ ହେବା ସହିତ ଦିନରେ ରାମ ନାଟକ ପରିବେଷଣ ଲୋକଙ୍କୁ ବେଶ ଆକୃଷ୍ଟ କରିଥିଲା । କମିଟିର ସଭାପତି ଭୁବନେଶ୍ୱର ବାଘ ଓ ସଂପାଦକ ଶଙ୍କର୍ଷଣ ଗଣ୍ଠିଆଙ୍କ ନେତୃତ୍ଵରେ ଚଳିତ ବର୍ଷ ଯାତ୍ରା ଧୁମ୍ ଧାମରେ ପାଳନ କରାଯାଇଛି। ।ନୟାଗଡ଼ ରୁ ବିଶ୍ୱରଂଜନ ସେଠୀଙ୍କ ରିପୋର୍ଟ HRTV ODIA
