ଆଜି ଠାରୁ ସମୁଦ୍ରରେ ମାଛଧରିବା ଉପରେ ଲାଗିଲା କଟକଣା

ଆଜିଠୁ ମେ ୩୧ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରିବା ଉପରେ କଟକଣା । ବିରଳ ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ୭ ମାସ ସରକାରୀ କଟକଣା । ସମୁଦ୍ର କୂଳ ଠାରୁ ୨୦ କିଲୋମିଟର ପର୍ଯ୍ୟନ୍ତ ମାଛ ଧରିବା ଉପରେ କଟକଣା । ଋଷିକୂଲ୍ୟା, ଧାମରା ଓ ଦେବୀ ନଦୀ ମୁହାଣରେ ମଧ୍ୟ ମାଛଧରା ନିଷେଧ କରାଯାଇଛି। ଯନ୍ତ୍ରଚାଳିତ ବୋଟ ଚଳାଚଳ ବନ୍ଦ । ଆଇନ ଭାଙ୍ଗିଲେ ଜେଲ ଓ ଜରିମାନା ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି।ନଭେମ୍ବର ୧ ତାରିଖ ଠାରୁ ୩୧ ମଇ ୨୦୨୬ ପର୍ଯ୍ୟନ୍ତ ବଳବତ୍ତର ରହିବ କଟକଣା । କଇଁଚ ମାନଙ୍କ ସୁରକ୍ଷା ପାଇଁ କୌଣସି ଯନ୍ତ୍ର ଚାଳିତ ଡଙ୍ଗା କି ଟ୍ରଲର ଧରିପାରିବେ ନାହିଁ ମାଛ । ଏଥିସହିତ ବିରଳ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ବାବୁବାଲି ଓ ମାଦଳି ଠାରେ ଦୁଇଟି ଅଫିସର କ୍ୟାମ୍ପ କରାଯାଇଥିବା ବେଳେ ଏକକୂଳା, ସାତଭାୟା, ଜଉଦିଆ, ଦୋବନ୍ଧି, ଆଦି ୧୪ ଟି ସ୍ଥାନରେ ଟ୍ରଲର ପ୍ରୋଟେକ୍ସନ୍ କ୍ୟାମ୍ପ କରାଯିବ । ବାବୁବାଲି ଓ ଶାସନପେଗରେ ଗୋଟିଏ ସେକ୍ସନ୍ ଲେଖାଏଁ ଏପିଆର୍ ଫୋର୍ସ ମୃତୟନ କରାଯିବ ।