ଆଜି ପ୍ରଥମ ପର୍ଯ୍ୟାୟରେ ୪୪ଟି ତହସିଲରେ ସବ୍‌-ରେଜିଷ୍ଟ୍ରେସନ୍‌ କାର୍ଯ୍ୟାଳୟ ଆରମ୍ଭ 

ସହଜ ହେବ ଜମିଜମା ପଞ୍ଜୀକରଣ ଓ କିଣାବିକା। ଘରେ ବସି ଅନ୍‌ଲାଇନ୍‌ରେ କରିପାରିବେ ସ୍ଲଟ୍ ବୁକ୍‌। ଲୋକସେବା ଭବନରେ ରାଜ୍ୟର ୪୪ଟି ତହସିଲରେ ନୂତନ ଉପନିବନ୍ଧନ କାର୍ଯ୍ୟାଳୟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ରାଜସ୍ୱ ପ୍ରଶାସନକୁ ନାଗରିକଙ୍କ ପାଖରେ ସହଜରେ ପହଞ୍ଚାଇବା ଲକ୍ଷ୍ୟରେ, ଜମିଜମା ପଞ୍ଜୀକରଣ ଓ କିଣାବିକାକୁ ସହଜ କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ତହସିଲରେ ଉପନିବନ୍ଧନ ବା ସବ୍‌-ରେଜିଷ୍ଟ୍ରେସନ୍‌ ଅଫିସ୍ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ଏହି କ୍ରମରେ, ଆଜି ପ୍ରଥମ ପର୍ଯ୍ୟାୟରେ ୪୪ଟି ତହସିଲରେ ଉପନିବନ୍ଧନ ବା ସବ୍‌-ରେଜିଷ୍ଟ୍ରେସନ୍‌ କାର୍ଯ୍ୟାଳୟ ଆରମ୍ଭ ହୋଇଛି । ବାକି ଥିବା ଅନ୍ୟ ତହସିଲଗୁଡ଼ିକରେ ମଧ୍ୟ ଆସନ୍ତା ଡିସେମ୍ବର ସୁଦ୍ଧା ଏହି ସେବା ଉପଲବ୍ଧ ହେବ।କୁ ଲକ୍ଷ ରଖାଯାଇଛି। ଏହା ପୂର୍ବରୁ ଇ-ରେଜିଷ୍ଟ୍ରେସନ୍‌ ମୋବାଇଲ୍‌ ଆପ୍ ମଧ୍ୟ ଆରମ୍ଭ କରାଯାଇଛି।

ପ୍ରଶାସନିକ କାର୍ଯ୍ୟରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ସୁନିଶ୍ଚିତ କରିବା, ଉନ୍ନତମାନର ସେବା ପ୍ରଦାନ କରିବା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି କରିବା ହେଉଛି ଏହି ପଦକ୍ଷେପର ମୂଳ ଲକ୍ଷ୍ୟ। ଜନସାଧାରଣଙ୍କ ନିକଟରେ ସେବା ପହଞ୍ଚିବା ଦ୍ୱାରା ରେଜିଷ୍ଟ୍ରେସନ୍‌ କାର୍ଯ୍ୟକଳାପ ବୃଦ୍ଧି ପାଇବ। ଯାହା ଫଳରେ ରାଜସ୍ୱ ଆଦାୟରେ ମଧ୍ୟ ଉନ୍ନତି ଆସିବ।