ଆନ୍ଧ୍ରପ୍ରଦେଶ ଶ୍ରିକାକୁଲମ୍ର ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟାରେ ୯ ମୃତ
ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ସ୍ଥିତ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଏକ ବଡ଼ ଧରଣର ଦଳାଚକଟା ଘଟିଛି, ଯେଉଁଥିରେ ୯ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଛି । ଏକାଦଶୀ ପର୍ବ ପାଇଁ ପ୍ରବଳ ଭିଡ଼ ଜମିଥିବା ବେଳେ ଏହି ଅଘଟଣ ଘଟିଛି ।ଖବର ମୁତାବକ, ଶ୍ରୀକାକୁଲମ ଭେଙ୍କଟେଶ୍ବର ମନ୍ଦିରରେ କାର୍ତ୍ତିକ ମାସ ଯୋଗୁଁ ପ୍ରବଳ ମାତ୍ରାରେ ଶ୍ରଦ୍ଧାଳୁ ଭିଡ଼ ଲାଗିରହିଥିଲା । ଭିଡ଼ ଏତେ ଥିଲା ଯେ, ପ୍ରଶାସନ ସ୍ଥିତିକୁ ନିୟନ୍ତ୍ରଣରେ ରଖିପାରିଲା ନାହିଁ । ଶ୍ରଦ୍ଧାଳୁ ଧକ୍କାଧକ୍କି ହୋଇ ପରସ୍ପର ଉପରେ ପଡ଼ିଥିଲେ । ଫଳରେ ଦଳାଚକଟା ସ୍ଥିତି ଦେଖାଦେଇଥିଲା । ଦଳାଚକଟାରେ ୯ ଜଣଙ୍କ ଜୀବନ ଚାଲିଯାଇଛି । ଆଗକୁ ବଢିପାରେ ମୃତକଙ୍କ ସଂଖ୍ୟା । ସ୍ଥାନୀୟ ପ୍ରଶାସନ ଏବଂ ଜରୁରୀକାଳୀନ ସେବା ଟିମ୍ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଆହତମାନଙ୍କୁ ସହାୟତା ଯୋଗାଇ ଦେଇଛନ୍ତି । ଏହି ଘଟଣା ଏକାଦଶୀ ପର୍ବର ଉତ୍ସାହକୁ ଦୁଃଖରେ ପରିଣତ କରିଦେଇଛି ଏବଂ ଆନ୍ଧ୍ରପଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସମେତ ଅନେକ ଲୋକ ମୃତାହତଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି ।
