କଟକ ବାଲିଯାତ୍ରାରେ ଚଳିତଥର ରାତି ୧୧ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ
କଟକ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟର ଅବଧିକୁ ବୃଦ୍ଧି କରାଯାଇଛି। ଚଳିତଥର ରାତି ୧୧ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ପୂର୍ବ ବର୍ଷଗୁଡ଼ିକରେ ରାତି ୧୦ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ କରିବାକୁ ଅନୁମତି ଦିଆଯାଉଥିଲା। ହେଲେ ଗତବର୍ଷ ଏହାକୁ ନେଇ କିଛି ବିବାଦ ଉପୁଜିଥିଲା। ଏପରି କି ପୁଲିସ ରାତି ୧୦ଟା ପରେ କଳାକାରଙ୍କୁ ମଞ୍ଚରୁ ଓହ୍ଲାଇ ଦେଇଥିଲା। ତେଣୁ ଚଳିତ ଥର ସମୟସୀମା ବୃଦ୍ଧି କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି।ଏ ନେଇ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। କଟକ ଐତିହାସିକ ବାଲିଯାତ୍ରା ଆଉ ୪ ଦିନ ପରେ ଆରମ୍ଭ ହେବ। ନଭେମ୍ବର ୫ରୁ ୧୨ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ଚାଲିବ। ସେଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି।ଐତିହାସିକ ବାଲିଯାତ୍ରା କଟକ ୨୦୨୫ ପାଇଁ ଝଟକୁଛି ତଳ ପଡିଆ।
