ଖୋଲିଲା କୁଲଡିହା ଅଭୟାରଣ୍ୟ। ପର୍ଯ୍ୟଟକମାନେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବେ
ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଖୋଲିଲା କୁଲଡିହା ଅଭୟାରଣ୍ୟ। ପର୍ଯ୍ୟଟକମାନେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହିତ ଜୀବଜନ୍ତୁଙ୍କୁ ଦେଖିବାର ମଜା ଉଠାଇବେ। ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା ୨୭୨.୭୫ ବର୍ଗ କିଲୋମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ କୁଳଡିହା ଅଭୟାରଣ୍ୟ ଚଳିତ ବର୍ଷ ପର୍ଯ୍ୟଟକଙ୍କୁ କିପରି ଅଧିକ ଆକୃଷ୍ଟ କରିବ ସେନେ ବ୍ୟାପକ ପ୍ରସ୍ତୁତି ହୋଇଛି । ଏପରିକି ପର୍ଯ୍ୟଟକଙ୍କ ରାତ୍ରିଯାପନ କରିବାର ବ୍ୟବସ୍ଥା ରହିଛି । ଅଭୟାରଣ୍ୟରେ ହାତୀ, ବାଘ, ଭାଲୁ, ସମ୍ବର, ହରିଣ, ଠେକୁଆ, ଗୟଳ, ନୀଳଗାଇ, ବଳିଆ କୁକୁର, ବଜ୍ରକାପ୍ତା, ବେଲାରା ମୂଷା, ମୟୂର ଇତ୍ୟାଦି ବନ୍ୟପ୍ରାଣୀ ଦେଖିବାର ମଜା ଉଠାଇବେ ପର୍ଯ୍ୟଟକ ।କୁଲଡିହାକୁ ଲାଗି ରହିଥିବା ଡ୍ୟାମ, ସାତଘାଟି, ଋଷିଆ, ପୁରୁଣାପାଣି, ଜାଡ଼ାଚୁଆ, ମୁଖଚତୁରି, କଇମଚତୁରୀ ଅଞ୍ଚଳରେ ୨୫୦ରୁ ଅଧିକ ସଂଖ୍ୟାରେ ଦେଶୀ, ବିଦେଶୀର ପକ୍ଷୀ ଦେଖିବାକୁ ପାଇବେ । ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଏହି ଅଭୟାରଣ୍ୟରେ ପର୍ଯ୍ୟଟନର ବିକାଶ ଲାଗି ଗୋହିରାଭୋଳଠାରେ “ରିସିଆ ପ୍ରକୃତି ନିବାସ ମଧ୍ୟ’ ଖୋଲାଯାଇଛି । ଅନ୍ୟପଟେ ଆଜିଠାରୁ ଖୋଲିଲା ପ୍ରସିଦ୍ଧ ମହେନ୍ଦ୍ରଗିରି। ଏହା ସହିତ ଜିଲ୍ଲାର ସମସ୍ତ ଜଳପ୍ରପାତକୁ ମଧ୍ୟ ଲଗାଯାଇଥିବା କଟକଣା ମହେନ୍ଦ୍ରଗିରି ହଟାଯାଇଛି ।
