ଗାଡି ଚଢାଇ କୁକୁରକୁ ହତ୍ୟା କଲେ ପରେ ଘୋଷାଡି ନେଲେ ବସ୍ ଡ୍ରାଇଭର

ବସ ଡ୍ରାଇଭରଙ୍କ ବର୍ବରକାଣ୍ଡ । ପ୍ରଥମେ ଗାଡି ଚଢାଇ କୁକୁରକୁ ହତ୍ୟା କଲେ । ପରେ ଗାଡି ପଛରେ ବାନ୍ଧି ମୃତ କୁକରକୁ ଘୋଷାଡି ଘୋଷାଡି ନେଲେ ବସ୍ ଡ୍ରାଇଭର । କେନ୍ଦୁଝର ବାଂଶପାଳ ବ୍ଲକ କାଦକଳା ଗାଁରେ କୁହାଯାଉଥିବା ଏହି ଭିଡିଓରେ କୁକୁରର ବେକକୁ ବାନ୍ଧି ଏମିତି ଭାବେ ନିଆଯାଉଛି ଯାହା ସ୍ପଷ୍ଟ ଦେଖିବା ଓ ଦେଖେଇବା ଅସମ୍ଭବ ହୋଇପଡୁଛି । ମିଳିଥିବା ସୂଚନା ଅନୁସାରେ କୁକୁରକୁ ଗାଡି ଧକ୍କା ଦେବା ପରେ ତାର ମୃତ୍ୟୁ ହୋଇଥିଲା। କୁକୁରକୁ ଏମିତି ଘୋଷାଡି ଘୋଷାଡି ନେଇଥିଲେ ବସର କର୍ମଚାରୀ । ହେଲେ ଏତେ ବର୍ବର ମଣିଷ କେମିତି ହୋଇପାରେ ନିଜ ହିତାହିତ ଜ୍ଞାନ କେମିତି ଭୁଲିଯାଇ ପାରେ । କୁକୁରର ମୃତ୍ୟୁ ଏଭଳି ଘୋଷାଡି ନେବାକୁ ନେଇ ସ୍ପଷ୍ଟ ସୂଚନା ମିଳିନଥିଲେ ବି ଭାଇରାଲ ଭିଡିଓକୁ ନେଇ ନାନା ପ୍ରଶ୍ନ ସୃଷ୍ଟି ହୋଇଛି ।