ଚଳନ୍ତା ବସରେ ଡ୍ରାଇଭରଙ୍କ ହୃଦ୍ଘାତ: ନିଜର ମୃତ୍ୟୁ ପୂର୍ବରୁ ବଞ୍ଚାଇଲେ ୪୦ରୁ ଅଧିକ ଜୀବନ
ଚଳନ୍ତା ବସରେ ଡ୍ରାଇଭରଙ୍କୁ ହେଲା ହୃଦଘାତ । ବସକୁ ରାସ୍ତାକଡ଼କୁ ନେଇ ବଞ୍ଚାଇଲେ ୪୦ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କ ଜୀବନ। ଘଟଣାଟି ଘଟିଛି ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ଅଞ୍ଚଳରେ। ବସ୍ଟି ଭୁବନେଶ୍ବରରରୁ ଭଞ୍ଜନଗର ଯାଉଥିଲା। କିନ୍ତୁ ଏମିତି ହେବ ବୋଲି କିଏ ଜାଣିଥିଲା।ସୂଚନା ଅନୁସାରେ, ଡ୍ରାଇଭର ଜଣଙ୍କ ବସ୍ ଚଳାଉଥିବାବେଳେ ବୋଲଗଡ଼ ବଜାର ଉପରେ ହଠାତ୍ ହୃଦଘାତ ହୋଇଥିଲା । ସେ ଜାଣିପାରି ବସକୁ ରାସ୍ତାକଡ଼କୁ ନେଇ ଯାଇଥିଲେ । ପରେ ବସର କଣ୍ଡକ୍ଟର ଡ୍ରାଇଭରଙ୍କୁ ପାଣି ପିଆଇ ଅଟୋ ସାହାଯ୍ୟରେ ବୋଲଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ବସ ଡ୍ରାଇଭରଙ୍କୁ ମୃତ ଘୋଷଣା କରିଥିଲେ । ମାତ୍ର ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଛନ୍ତି ।ଡ୍ରାଇଭରଙ୍କ ଏପରି ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
