‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ- ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା

ଦୀଘା ଜଗନ୍ନାଥ ମନ୍ଦିରର ନାମକରଣକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ବିବାଦ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ‘ଦୀଘା ଜଗନ୍ନାଥ ଧାମ’ ନାମରୁ ‘ଧାମ’ ଶବ୍ଦ ହଟାଯିବ ଏବଂ ଏହାର ନୂତନ ନାମ ‘ଦୀଘା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର’ ରଖାଯିବ।ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ, ପୂର୍ବ ସରକାର ଦୀଘା ମନ୍ଦିର ନାମ ସହ ‘ଧାମ’ ଶବ୍ଦ ଯୋଡ଼ିଥିଲେ, ଯାହା ସନାତନ ପରମ୍ପରା ଓ ଧାର୍ମିକ ଭାବନା ବିରୋଧୀ ଥିଲା। ସେ କହିଛନ୍ତି ଯେ, ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଚିଠି ସେ ପାଇଛନ୍ତି ଏବଂ ଏହି ପ୍ରସଙ୍ଗରେ ତୁରନ୍ତ ପଦକ୍ଷେପ ନିଆଯିବ। ସୂଚନାମୁତାବକ ପଶ୍ଚିମବଙ୍ଗର ଦୀଘାଠାରେ ନିର୍ମିତ ଜଗନ୍ନାଥ ମନ୍ଦିର କମ୍ପ୍ଲେକ୍ସର ନାମରୁ ‘ଧାମ’ ଶବ୍ଦ ହଟାଇବା ପାଇଁ ପଶ୍ବିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ପତ୍ର ଲେଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୀଘା ମନ୍ଦିରକୁ “ଦୀଘା ଜଗନ୍ନାଥ ଧାମ” ବଦଳରେ “ଶ୍ରୀ ଜଗନ୍ନାଥ ମନ୍ଦିର, ଦିଘା” ଭାବେ ନାମିତ କରିବାକୁ ସେ ପ୍ରସ୍ତାବ ଦେଇଥିଲେ ।